Latest Odisha News

BREAKING NEWS

ବିଧାନସଭା ଜଗିବେ ୮ ପ୍ଲାଟୁନ୍‌ ଫୋର୍ସ, ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର: ବିଧାନସଭା ୩ ଦିନିଆ ଅଧିବେଶନ ପାଇଁ ଜାରି ହେବ ତିନିଥାକିଆ ସୁରକ୍ଷା ବ୍ୟବସ୍ଥା। ବିଧାନସଭା ସୁରକ୍ଷା ଯାଞ୍ଚ କଲେ ଡିଜିପି ଅରୁଣ ଷଡ଼ଙ୍ଗୀ। ଯାଞ୍ଚ ପରେ ଡିଜିପିଙ୍କ ପ୍ରତିକ୍ରିୟା ଆସିଛି। ଡିଜିପିଙ୍କ କହିବା ଅନୁଯାୟୀ ୩ ଦିନିଆ ଅଧିବେଶନ ପାଇଁ ୭୫ ପୋଲିସ ଅଧିକାରୀଙ୍କ ସହ ୮ ପ୍ଲାଟୁନ୍‌ ମୁତୟନ ରହିବେ।

ତିନିଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଡିଜିପି ଅରୁଣ ଷଡ଼ଙ୍ଗୀ କହିଛନ୍ତି । କେବଳ ପାସଧାରୀ ପ୍ରବେଶ କରିବେ । ସେହିପରି ଜୁନ୍ ୧୮ ଓ ୧୯ତାରିଖ ଦୁଇଦିନ ଧରି ସପ୍ତଦଶ ବିଧାନସଭାର ନବନିର୍ବାଚିତ ବିଧାୟକମାନଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥ ପାଠ କରାଇବେ। ୧୯ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡ଼ିଛି । ୨୦ତାରିଖରେ ବାଚସ୍ପତି ନିର୍ବାଚନ ହେବ ।

ସୂଚନାଯୋଗ୍ୟ, ବିଜେପି ନିଜର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ଆସୀନ କରାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଧାନସଭାରେ ବିଜେପିର ୭୮ ବିଧାୟକ ଓ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ବିଜେପି ପାଖରେ ରହିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.