Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ
ତା ୯-୩-୨୦୨୧ ମଙ୍ଗଳବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ମାର୍ଚ୍ଚ ତା ୯ ତାରିଖ ମଙ୍ଗଳବାର
କୁମ୍ଭ ୨୬ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥି
ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର
ଆଜିର ଘାତ ବାର- ମକର ରାଶିର
ଆଜିର ଘାତ ଚନ୍ଦ୍ର- ସିଂହ ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ- ଶିମ୍ବ
ଆଜି -ପଙ୍କୋଦ୍ଧାର ସର୍ବ ସମ୍ମତ ଏକାଦଶୀ

ମେଷ :
ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିବ।ଆୟ ବୃଦ୍ଧି ଘଟିବ ‌।ମହିଳାମାନେ ଘରେ ବାହାରେ ସବୁଠି ପ୍ରଶଂସନୀୟା ହେବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ବୃଷ :
ଆଜି ଗୃହ ଉପକରଣ ଓ କିଛି ଦରକାରି ଦ୍ରବ୍ୟକ୍ରୟ କରି ଖର୍ଚ୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ କୋୖଣସି ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇପାରେ ‌। ପାରିବାରିକ ଜୀବନରେ ମନାନ୍ତର ହେବାରୁ ଆପଣ ଚିନ୍ତିତ ରହିବେ ‌।ବକେୟା ପ୍ରାପ୍ୟ ମିଳିବ ‌।

ମିଥୁନ :
ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିବ କିନ୍ତୁ ସାମୟିକ ଶାରୀରିକ ପୀଡ଼ା ଦେଖାଦେଇପାରେ। ହୋଇପାରେ, ନିଜ ପରିବାର ସହ ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ପିତା ମାତାଙ୍କ ଆଶୀର୍ବାଦ ଆପଣଙ୍କୁ ବିଜୟୀ କରାଇବ। କର୍ମ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବେ।

କର୍କଟ :
ଆଜି ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ । ଏଥିପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ। କୋୖଣସି ଅନୁଷ୍ଠାନର ମୁଖ୍ୟ ଦାୟିତ୍ଵ ଗ୍ରହଣ କରି ସମ୍ମାନିତ ହେବେ। ଦେବପୂଜା ଓ ଦର୍ଶନ କରିବାର ସୁଯୋଗ ପାଇବେ।

ସିଂହ:
ବହୁଦିନ ଧରି ଥିବା ସମସ୍ୟାର ସମାଧାନ ହୋଇଯିବ। ଅଚାନକ ଅର୍ଥଲାଭ କରି ଆପଣ ଖୁସି ରହିବେ । ନିଜ ଜୀବନ ସାଥୀ ସହ ଦେବଦର୍ଶନ କରିବା ପାଇଁ ଯାତ୍ରା କରିପାରନ୍ତି। ବ୍ୟବସାୟ କ୍ଷେତ୍ରରେ ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ।

କନ୍ୟା:
ଆଜି ମନ ଅଶାନ୍ତ ରହିବ। ନିଜର ଲୋକ ବିରୁଦ୍ଧାଚରଣ କରିବେ।ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ। କୋୖଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ପାରେ। ମହିଳାମାନେ ଘରେ ବାହାରେ ସବୁଠି ସମ୍ମାନିତ ହେବେ ‌। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ତୁଳା :
ଆଜି ସପରିବାର ଭ୍ରମଣ କରିବା ପାଇଁ ଯାତ୍ରା କରିପାରନ୍ତି । ଏହି ଭ୍ରମଣ ଆପଣଙ୍କ ପାଇଁ ସୁଖପ୍ରଦ ହେବ।ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୂର ହୋଇଯିବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।

ବିଛା:
ଆଜି ଆପଣଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ମିଳିବ ‌। ବ୍ୟବସାୟୀମାନେ ଲାଭବାନ ହେବେ। ଯୋଜନାନୁଯାୟୀ କାର୍ଯ୍ୟ କରି ପ୍ରଶଂସିତ ହେବେ। ଅପରାହ୍ନରେ କୋୖଣସି ଶୁଭ ଖବର ଶୁଣିପାରନ୍ତି। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ ‌।

ଧନୁ :
ଆଜି ଆପଣଙ୍କୁ ସଫଳତା ମିଳିବ। ନିଜର ବୁଦ୍ଧି ବିବେକ ବଳରେ ଅଟକି ରହିଥିବା କାର୍ଯ୍ୟ କରିବା ପାଇଁ ସମର୍ଥ ହେବେ । ସାହିତ୍ୟ ସଙ୍ଗୀତ କ୍ଷେତ୍ରରେ ପ୍ରଶଂସିତହେବେ। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଶୁଭ ପ୍ରଦ ହେବ। ବକେୟା ପ୍ରାପ୍ୟ ବିଳମ୍ବ ହେଲେ ମଧ୍ୟ ମିଳିବ ‌

ମକର:
ଆଜି ଆପଣଙ୍କୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ବ୍ୟବହାର କଥାବାର୍ତ୍ତା କାର୍ଯ୍ୟ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଶତୃମାନେ ପରାଜିତ ହେବେ। ରାଜନୀତି କ୍ଷେତ୍ରରେ ନିଜର ସ୍ଥିତି ସୁଦୃଢ କରିବେ। ନିଜର ଲୋକ ବିରୁଦ୍ଧାଚରଣ କରିବେ।

କୁମ୍ଭ:
ଆଜି ଶୁଭାଶୁଭ ମିଶ୍ରିତ ଫଳ ମିଳିବ। ଯେଉଁ କାର୍ଯ୍ୟ କରିବାକୁ ଅଛି ସେ କାର୍ଯ୍ୟପୂରା ମନଯୋଗ ଦେଇ କରନ୍ତୁ । ଗୁପ୍ତ ଶତୃମାନେ ଅସୁବିଧା ସୃଷ୍ଟି କରିପାରନ୍ତି ଦୂର ଯାତ୍ରା କରୁଥିଲେ ସତର୍କତା ଅବଲମ୍ବନ କରନ୍ତୁ। ଛାତ୍ର ଛାତ୍ରୀମାନେ ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇ ମନସ୍ତାପ କରିବେ।

ମୀନ:
ଆଜି ଆପଣ ଯେକୌଣସି କାର୍ଯ୍ୟ କରିବେ ସେଥିରେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ ‌। କୋୖଣସି ନୂତନ ପଦ ପଦବୀ ପାଇବାପାଇଁ ଯୋଗ୍ୟ ବିବେଚିତ ହେବେ । ଆପଣଙ୍କର କାର୍ଯ୍ୟ ଦକ୍ଷତା ପ୍ରଶଂସନୀୟ ହେବ । ବିଦ୍ୟାର୍ଥିମାନେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.