Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ: ଅପରାହ୍ନ ୩ଟା ସୁଦ୍ଧା ୫୨.୧୩% ମତଦାନ

ଧାମନଗର : ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନରେ ଅପରାହ୍ନ ୩ଟା ସୁଦ୍ଧା ୫୨.୧୩ ପ୍ରତିଶତ ମତଦାନ ରେକର୍ଡ ହୋଇଛି । ଏନେଇ ସିଇଓଙ୍କ ଅଫିସରୁ ସୂଚନା ପ୍ରଦାନ କରାଯାଇଛି ।
ଲୋକେ ନିଜର ମନପସନ୍ଦର ପ୍ରାର୍ଥୀ ଚୟନ ପାଇଁ ଭୋଟ୍ ଦେବା ଜାରି ରଖିଛନ୍ତି । ତେବେ ରାମେଶ୍ୱରପୁର ୧୬୯ ଓ ୧୭୦ ନମ୍ୱର ବୁଥରେ ଉତ୍ତେଜନା ପ୍ରକାଶ ପାଇଥିବା ସୂଚନା ରହିଛି । ଦୁଇ ଗୋଷ୍ଠୀ ହାତାହାତି ହୋଇଥିବାବେଳେ ୨ ଜଣ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅଭିଯୋଗକୁ ଆଧାର କରି ଧାମନଗର ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।

ସେହିପରି ଖଳାଗଡିଆ ବୁଥ୍ ନମ୍ୱର ୨୨ ଓ ୨୩ରେ ରିଗିଂ ଅଭିଯୋଗ ହୋଇଛି । ବିଜେଡିକର୍ମୀ ରିଗିଂ କରୁଥିବା ନେଇ ବିଜେପିକର୍ମୀ ଅଭିଯୋଗ ଆଣିଛନ୍ତି । ସେହିପରି କଟସାହି ପଞ୍ଚାୟତ ଖଳାଗଡିଆ ବୁଥ୍ ନମ୍ୱର ୨୨ ଓ ୨୩ରେ ରିଗିଂ ଅଭିଯୋଗ ହୋଇଛି । ବିଜେଡିକର୍ମୀ ରିଗିଂ କରୁଥିବା ନେଇ ବିଜେପିକର୍ମୀ ଅଭିଯୋଗ ଆଣିଛନ୍ତି । କଟସାହି ପଞ୍ଚାୟତ
ଅବନ୍ତୀ ଦାସ(ବିଜେଡି), ସୂର୍ଯ୍ୟବଂଶୀ ସୁରଜ(ବିଜେପି), ବାବା ହରେକୃଷ୍ଣ ସେଠୀ(କଂଗ୍ରେସ), ରାଜେନ୍ଦ୍ର କୁମାର ଦାସ(ସ୍ୱାଧୀନ) ଓ ପବିତ୍ର ମୋହନ ଦାସ(ସ୍ୱାଧୀନ) ଉପନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ଚାଲିବ।

Leave A Reply

Your email address will not be published.