Latest Odisha News

BREAKING NEWS

ନଭେମ୍ବର ୨୪ରୁ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୪ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ । ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ, ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟ ଦିବସ ରହିବ । ଷୋଡ଼ଦଶ ବିଧାନସଭାର ୧୧ତମ ଅଧିବେଶନ ନଭେମ୍ବର ୨୪ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ଯାଏ ଚାଲିବ ।

ଶୀତ ଅଧିବେଶନର ପ୍ରଥମ ଦିନରେ ଗୃହରେ ୨୦୨୨-୨୩ ଲାଗି ଅତିରିକ୍ତ ବଜେଟ୍ ଆଗତ କରାଯିବ । ନଭେମ୍ବର ୩୦ ଓ ଡିସେମ୍ବର ୧ ତାରିଖରେ ବଜେଟ୍ ଖର୍ଚ୍ଚ ଦାବି ଗୃହୀତ ହେବ । ନଭେମ୍ବର ୨୫, ଡିସେମ୍ବର ୯, ଡିସେମ୍ବର ୧୬, ଡିସେମ୍ବର ୨୩, ଡିସେମ୍ବର ୨୮ ଓ ଡିସେମ୍ବର ୩୦ ତାରିଖରେ ବିଲ୍ ଆଗତ ହେବ ।

ତେବ ଚଳିତ ଶୀତ ଅଧିବେଶନରେ ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲା ପ୍ରମୁଖ ପ୍ରସଙ୍ଗ ହୋଇ ପାରେ । ଏହାଛଡ଼ା ଦରଦାମ ବୃଦ୍ଧିକୁ ବିରୋଧୀ ପ୍ରସଙ୍ଗ କରି ପାରନ୍ତି ।

Leave A Reply

Your email address will not be published.