Latest Odisha News

BREAKING NEWS

‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରୁଛି ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ୱେବସାଇଟ୍

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ପାଠକ ଓ ଦର୍ଶକଙ୍କ ରୁଚିକୁ ଆଖି ଆଗରେ ରଖି ସମାଜର ହିତରେ ଅହରହ ଓଡ଼଼ିଶା ସମ୍ବାଦ ଖବର ପରିବେଷଣ କରୁଛି । ଆଉ କିଛି ଚତୁର ସଂସ୍ଥା ‘ଓଡ଼ିଶା ସମ୍ବାଦ’ର ଖବରକୁ କପି ପେଷ୍ଟ କରି ଛାପୁଛନ୍ତି । ‘ଓଡ଼ିଶା ନ୍ୟୁଜ୍ ଡେସ୍କ’ ନାମକ ଏକ ୱେବସାଇଟ୍ ‘ଓଡ଼ିଶା ସମ୍ବାଦ’ର ଖବରକୁ ବିନା ଅନୁମତିରେ କପି ପେଷ୍ଟ କରୁଛି ।

ଯାଞ୍ଚ ବେଳେ ଜଣାପଡ଼ିଛି ‘ଓଡ଼ିଶା ସମ୍ବାଦ’ ସହ ଅନ୍ୟ ଓଡ଼ିଆ ନ୍ୟୁଜ୍ ପୋର୍ଟାଲର ଖବରକୁ ମଧ୍ୟ ଉକ୍ତ ୱେବସାଇଟ୍ କପି ପେଷ୍ଟ କରୁଛି । ଏନେଇ ଇମେଲ୍ ଓ ଫୋନ୍ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ପର୍କ ସମ୍ଭବ ହୋଇ ପାରି ନାହିଁ ।

ତେବେ ବଡ଼ କଥା ହେଉଛି ‘ଓଡ଼ିଶା ସମ୍ବାଦ’ର ଖବରକୁ ବିନା ଅନୁମତିରେ ଛାପୁଥିବା ଉକ୍ତ ୱେବସାଇଟରେ ସମ୍ପାଦକଙ୍କ ନାଁ କିମ୍ବା କୌଣସି ଠିକଣା ଉଲ୍ଲେଖ ନାହିଁ । ଆଗକୁ ଏଭଳି କପି, ପେଷ୍ଟ କରି ଖବର ଚୋରି ଜାରି ରଖିଲେ ସମ୍ପୃକ୍ତ ୱେବସାଇଟ୍ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ । ଏଥିସହ ଗୁଗୁଲ ଏବଂ ସର୍ଭରରେ ଅଭିଯୋଗ କରି ସମ୍ପୃକ୍ତ ସାଇଟ୍ ବିରୋଧରେ ଜରିମାନା ଲଗାଯାଇ ପାରେ ।

Leave A Reply

Your email address will not be published.