Latest Odisha News

BREAKING NEWS

ଟ୍ୱିଟର୍ ବ୍ଲୁଟିକ୍ ପାଇଁ ମାସିକ ୮ ଡଲାରକୁ ନେଇ ଅଜବ ଯୁକ୍ତି ରଖିଲେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର, ବ୍ଲୁଟିକ୍ ଓ ୮ ଡଲାର୍ । ଏବେ ଏଲନ୍ ମସ୍କଙ୍କ ନିଷ୍ପତ୍ତିକୁ ନେଇ ଚର୍ଚ୍ଚା ବଢ଼ୁଛି । ବ୍ଲୁଟିକ୍ ପାଇଁ ମାସିକ ୮ ଡଲାର ଦେୟକୁ ନେଇ ଅନେକ ଟ୍ୱିଟର ବ୍ୟବହାରକାରୀ ନାରାଜ ଥିବାବେଳେ ଏଲନ୍ ମସ୍କ ନିଜେ ଯୁଦ୍ଧକୁ ଓହ୍ଲାଇଛନ୍ତି ।

ଟ୍ୱିଟର, ବ୍ଲୁଟିକ୍ ସହ ସହ ମସ୍କ କପଡ଼ା ଓ କଫିକୁ ତୁଳନା କରିଛନ୍ତି । ଯୁକ୍ତି ରଖି ମସ୍କ ଟ୍ୱିଟ୍ କରି ଗୋଟିଏ ପରେ ଗୋଟିଏ ସାମଗ୍ରୀର ତୁଳନା କରିଛନ୍ତି । ପ୍ରଥମେ ମସ୍କ ଅଧ ଘଣ୍ଟାର କଫି ପାଇଁ ୮ ଡଲାର ଖର୍ଚ୍ଚ ସହ ଟ୍ୱିଟର ବ୍ଲୁ ଟିକ୍ ପାଇଁ ମାସିକ ୮ ଡଲାର ଦେୟର ତୁଳନା କରିଥିଲେ ।

ଆଉ ଏକ ଟ୍ୱିଟ୍ କରି ଏଲନ୍ ମସ୍କ, ଏକ ବ୍ରାଣ୍ଡର ସ୍ୱେଟସାର୍ଟ ଦାମକୁ ତୁଳନା କରିଛନ୍ତି । ୪୪ ବିଲିୟନ୍ ଡଲାର ଦେଇ ମସ୍କ ଟ୍ୱିଟରକୁ କିଣିବା ପରେ ଏକ ଟ୍ୱିଟ୍ କରି ଲେଖିଥିଲେ, ଆପଣ ଅଭିଯୋଗ କରି ଚାଲନ୍ତୁ, ଟ୍ୱିଟର ବ୍ଲୁ ଟିକ୍ ପାଇଁ ୮ ଡଲାର୍ ଦେବାକୁ ପଡ଼ିବ । ଏବେ ମସ୍କଙ୍କ ସିରିଜ୍ ଟ୍ୱିଟରୁ ଜଣା ପଡ଼ୁଛି କେହି ବି ଟଙ୍କା ଖର୍ଚ୍ଚ କରି ବ୍ଲୁଟିକ୍ ପାଇ ପାରିବ ।

ତେବେ ବ୍ଲୁଟିକ୍ ପାଇଁ ଦେୟ ଦେଲେ ସେମାନଙ୍କୁ ଫାଇଦା ମିଳିବ । ସେମାନଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ମସ୍କ ବ୍ଲୁଟିକ୍ ପାଇଁ ୮ ଡଲାର ଦେବାକୁ ଘୋଷଣା କରିଥିବା ବେଳେ ଏହି ଦେୟ ବିଭିନ୍ନ ଦେଶରେ ଅଲଗା ଅଲଗା ହୋଇପାରେ ।

Leave A Reply

Your email address will not be published.