Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ; ଆଜି ଅବନ୍ତୀଙ୍କ ପାଇଁ ଭୋଟ୍ ମାଗିବେ ନବୀନ

ଭଦ୍ରକ: ଧାମନଗର ଉପନିର୍ବାଚନ ପ୍ରଚାର ପାଇଁ ଆଉ ହାତରେ ଗୋଟିଏ ଦିନ । ତିନିଦଳର ଘନ ଘନ ମାରାଥନ ହାଇଭୋଲଟେଜ୍ ପ୍ରଚାରରେ ଧାମନଗର କମ୍ପୁଛି । ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ଦଳର ସୁପ୍ରିମୋ ପ୍ରଚାର କରିବେ । ନବୀନଙ୍କ ଭର୍ଚୁଆଲ୍ ପ୍ରଚାର ଲାଗି ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଧାମନଗର ନିର୍ବାଚନ ମଣ୍ଡଳୀର ୬ଟି ଯାକ ଜିଲ୍ଲା ପରିଷଦ ଜୋନରେ ଏଲ୍ଇଡି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରର ପ୍ରସାରଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭର୍ଚୁଆଲ୍ ପ୍ରଚାର ପାଇଁ ବିଜେଡି ନେତା ଓ କର୍ମୀ ପୂରା ତତ୍ପର ହୋଇ ଉଠିଛନ୍ତି ।

ପ୍ରତି ପଞ୍ଚାୟତ ଓ ଗାଁରୁ ଲୋକଙ୍କୁ ଆଣି ନବୀନଙ୍କ ଭର୍ଚୁଆଲ୍ ପ୍ରଚାରରେ ସାମିଲ୍ ପାଇଁ ନେତା ଲାଗି ପଡ଼ିଛନ୍ତି । ସେପେଟେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀଙ୍କ ପାଇଁ ଦଳୀୟ ନେତା ଧାମନଗରରେ ଜୋରଦାର ପ୍ରଚାର କରୁଛନ୍ତି ।

Leave A Reply

Your email address will not be published.