Latest Odisha News

BREAKING NEWS

‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’ ଉନ୍ମୋଚିତ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନୀ ସଂସ୍ଥା ଏଥେନା ବୁକ୍ସ ଆନୁକୁଲ୍ୟରେ ସ୍ଥାନୀୟ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ କବି ହରିହର ମହାପାତ୍ରଙ୍କ ପ୍ରଥମ କବିତା ସଙ୍କଳନ ‘ଇନ୍ଦ୍ରଧନୁର ଅଷ୍ଟମ ରଙ୍ଗ’ ଉନ୍ମୋଚିତ ହୋଇଯାଇଛି ।

କବି ସୁରେଶ କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ସାରସ୍ଵତ ଉତ୍ସବରେ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟକ ଏବଂ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ତାଙ୍କ ସହ ସମ୍ମାନିତ ଅତିଥି ଭାବରେ କବି ବିମଳ ଜେନା, ମୁଖ୍ୟ ବକ୍ତା ଭାବରେ କବି ଅମିୟ ରଞ୍ଜନ ମହାପାତ୍ର, ସମ୍ମାନିତ ବକ୍ତା ଭାବରେ ଭାଷାବିତ୍ ଦେବାଶିଷ ମହାପାତ୍ର ଯୋଗ ଦେଇଥିଲେ। କବିତା ଭାବ, ଭାବନା, କଳ୍ପନା ଓ ଅନୁଭବର ସମ୍ମିଶ୍ରଣ ଏବଂ କାବ୍ୟ ହୃଦୟର ପରିଭାଷା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ।

ଏହି ପାଠକାର୍ପଣ ଉତ୍ସବରେ ପାଠକାର୍ପିତ ସଙ୍କଳନରୁ କବି ଦୁର୍ଗାଚରଣ ଷଡଙ୍ଗୀ, କବି ପ୍ରଭାତୀ ଜେନା ଏବଂ କବି ଅନୁପ କୁମାର ମିଶ୍ର କବିତା ପାଠ କରିଥିଲେ। ଏହି ଉନ୍ମୋଚନ କାର୍ଯକ୍ରମରେ ଏଥେନା ବୁକ୍ସର ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସ ସ୍ଵାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସୁପ୍ରିୟା ପଣ୍ଡା ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଲେଖକ, କବି ଓ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.