Latest Odisha News

BREAKING NEWS

ଧାମନଗର ଉପନିର୍ବାଚନ ରାୟ : ବିଜୟ ନିକଟତର ବିଜେପି

ଧାମନଗର: ଆଉ କିଛି ସମୟର ଅପେକ୍ଷା । ଆସିବ ଧାମନଗରବାସୀଙ୍କ ରାୟ ।  ଫଳାଫଳ ପୂର୍ବରୁ ବିଜେପି ସମର୍ଥକ ଯେଉଁଭଳି ଉଲ୍ଲାସ ମନାଉଛନ୍ତି, ତାକୁ ଦେଖିଲେ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ତାଙ୍କର ଭଲପାଇବା ଜଣାପଡୁଛି । ୧୩ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ ରହିଆସିଛନ୍ତି । ସୂର୍ଯ୍ୟବଂଶୀ ସୂରଜ ୬୭୫୫  ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ  ୫୮,୩୩୨  ଖଣ୍ଡ ଭୋଟ୍ ମିଳିଛି ।

ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି  ୫୧,୫୭୭  ଭୋଟ୍ ।  କଂଗ୍ରେସ ପଛରେ ପଡିଥିବା ଦେଖିବାକୁ ମିଳିଛି । ବାବା ହରେକୃଷ୍ଣ ସେଠୀଙ୍କୁ ୨୬୦୨  ଖଣ୍ଡ ଭୋଟ୍ ମିଳିଛି । ସୂରଜଙ୍କ ବିଜୟ ନେଇ ତାଙ୍କ ସମର୍ଥକମାନେ ଉଲ୍ଲସିତ ହୋଇପଡିଛନ୍ତି । ଭୋଟ୍ ଗଣତି ବାହାରେ ଖୁସି ମନାଉଥିବା ଦେଖିବାକୁ ମିଳୁଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୬୮୯୨  ଭୋଟ୍ ମିଳିଛି ।

 

Comments are closed.