ଧାମନଗର: ଆଉ କିଛି ସମୟର ଅପେକ୍ଷା । ଆସିବ ଧାମନଗରବାସୀଙ୍କ ରାୟ । ଫଳାଫଳ ପୂର୍ବରୁ ବିଜେପି ସମର୍ଥକ ଯେଉଁଭଳି ଉଲ୍ଲାସ ମନାଉଛନ୍ତି, ତାକୁ ଦେଖିଲେ ସୂର୍ଯ୍ୟବଂଶୀ ସୂରଜଙ୍କ ପ୍ରତି ତାଙ୍କର ଭଲପାଇବା ଜଣାପଡୁଛି । ୧୨ ରାଉଣ୍ଡ ସୁଦ୍ଧା ସୂରଜ ଆଗୁଆ ରହିଆସିଛନ୍ତି । ସୂର୍ଯ୍ୟବଂଶୀ ସୂରଜ ୬୨୧୪ ଭୋଟରେ ଆଗୁଆ ରହିଛନ୍ତି । ତାଙ୍କୁ ୫୪,୫୭୨ ଖଣ୍ଡ ଭୋଟ୍ ମିଳିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ମିଳିଛି ୪୮,୩୫୮ ଭୋଟ୍ । କଂଗ୍ରେସ ପଛରେ ପଡିଥିବା ଦେଖିବାକୁ ମିଳିଛି । ବାବା ହରେକୃଷ୍ଣ ସେଠୀଙ୍କୁ ୨୨୦୦ ଖଣ୍ଡ ଭୋଟ୍ ମିଳିଛି । ସୂରଜଙ୍କ ବିଜୟ ନେଇ ତାଙ୍କ ସମର୍ଥକମାନେ ଉଲ୍ଲସିତ ହୋଇପଡିଛନ୍ତି । ଭୋଟ୍ ଗଣତି ବାହାରେ ଖୁସି ମନାଉଥିବା ଦେଖିବାକୁ ମିଳୁଛି । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କୁ ୬୫୦୫ ଭୋଟ୍ ମିଳିଛି ।
BREAKING NEWS
- ‘ଭିବି ଜି ରାମ ଜି’ ବିଲ୍ର ଲକ୍ଷ୍ୟ ବିକଶିତ ଭାରତ ଗଠନ: ମୁଖ୍ୟମନ୍ତ୍ରୀ
- ଡାକ୍ତରଙ୍କ ଆନ୍ଦୋଳନ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ, ଏସ୍ମା ଲାଗୁ କଲେ
- ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି
- ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ
- ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ
- ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ
- ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ
- ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା
- ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ
- ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ
Comments are closed.