ଭୁବନେଶ୍ୱର: ଧାମନଗର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜଙ୍କୁ ବିଜେପି ପ୍ରାର୍ଥୀ କରିଛି । ବାପା ବିଷ୍ଣୁଙ୍କ ଭଳି ଧାମନଗର ନିର୍ବାଚନ ମଣ୍ଡଳୀରେ ପୁଅ ସୂର୍ଯ୍ୟବଂଶୀଙ୍କ ଭଲ ଲୋକ ସମ୍ପର୍କ ଥିବା କୁହାଯାଉଛି ।
BJP releases names of its candidates for the upcoming by-election in Assembly constituencies in Bihar and Odisha. pic.twitter.com/Fbu1hb5VWf
— ANI (@ANI) October 9, 2022
ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ଲାଗି ମତଦାନ ହେବ । ଆଜି ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏଯାଏ ବିଜେଡି ଓ କଂଗ୍ରେସରେ କିଏ ପ୍ରାର୍ଥୀ ହେବ ଦ୍ୱନ୍ଦ୍ୱ ଛିଡ଼ୁ ନାହିଁ । ବିଷ୍ଣୁଙ୍କ ପୁଅକୁ ପ୍ରାର୍ଥୀ କରି ବିଜେପି ଅନୁକମ୍ପା ଭୋଟ୍ ହାତେଇ ଜିତିବାକୁ ଲକ୍ଷ୍ୟ ରଖିଛି ।
ଅକ୍ଟୋବର ୧୪ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ, ଅକ୍ଟୋବର ୧୭ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ । ୬ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।
Comments are closed.