Latest Odisha News

ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟ ପାଇଁ କେଉଁଠୁ ଆସୁଥିଲା ଟଙ୍କା ? ଖୋଳତାଡ଼ ପାଇଁ RBIକୁ ଚିଠି

ଭୁବନେଶ୍ୱର: ବ୍ଲାକମେଲର ଅର୍ଚ୍ଚନା ଗିରଫ ନେଇ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଅର୍ଚ୍ଚନା ନାଗଙ୍କ ବିରୋଧରେ ଜଣେ ଯୁବତୀ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ, ବନ୍ଧୁତା ପରେ ଅର୍ଚ୍ଚନା ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ ରଖିଥିଲେ । ସେହି ଫଟୋକୁ ନେଇ ଅର୍ଚ୍ଚନା କରୁଥିଲେ ବ୍ଲାକମେଲ୍ । ଜଣେ ଫିଲ୍ମ ପ୍ରଯୋଜକଙ୍କୁ ଜାଲରେ ଫସାଇବାକୁ ବାଧ୍ୟ କରିଥିଲେ । ପ୍ରଯୋଜକ ଜଣଙ୍କ ଟଙ୍କା ଦେବାକୁ ମନା କରିବା ପରେ ଧମକ ଦେଇଥିଲେ ।

ଏନେଇ ଖଣ୍ଡଗିରି ଥାନାରେ ୪୯୬/୨୨ରେ କେସ୍ ହୋଇଥିଲା । ଆଇପିସି ଧାରା ୩୮୫/୩୮୬/୩୮୭/୪୨୦/୫୦୬ରେ ମାମଲା ରୁଜୁ ହୋଇଥିଲା । ପୋଲିସ ତଦନ୍ତ ପରେ ଅର୍ଚ୍ଚନାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ଘରୁ ଫୋନ୍, ଟାବଲେଟ୍ସ, ଲାପଟପ୍, ପେନ୍ ଡ୍ରାଇଭ୍ ସହ ପାସବୁକ୍ ଜବତ କରିଛି ।

ଜବତ ସମସ୍ତ ଇଲେକ୍ର୍ଟୋନିକ୍ସ ସାମଗ୍ରୀକୁ ରାଜ୍ୟ ଫରେନ୍ସିକ ଲାବକୁ ପଠା ଯାଇଛି । ଅର୍ଚ୍ଚନାଙ୍କ ନାଁରେ ଥିବା ସମସ୍ତ ଆକାଉଣ୍ଟ ସହ ଫିକ୍ସ୍ଡ ଡିପୋଜିଟ୍ ବାବଦରେ ଜାଣିବା ପାଇଁ ଆରବିଆଇକୁ ଚିଠି ଲେଖିଛି ପୋଲିସ । ସମସ୍ତ ସମ୍ପତ୍ତି ବିଷୟରେ ଆକଳନ ଚାଲିଛି । ସେହିଭଳି ତାଙ୍କ ନାଁରେ ଥିବା କମ୍ପାନୀ ବାବଦରେ ଖୋଳତାଡ଼ ଚାଲିଛି ।

ଅର୍ଚ୍ଚନାଙ୍କ ନାଁରେ ଖଣ୍ଡଗିରି ଓ ନୟାପଲ୍ଲ ଥାନାରେ ମାମଲା ରହିଛି । ଆବଶ୍ୟକ ପଡ଼ିଲେ ରିମାଣ୍ଡରେ ଅଣାଯିବ । ମାମଲାରେ ତାଙ୍କ ସହ ଆଉ କିଏ ସହଯୋଗୀ ଅଛନ୍ତି । ସେନେଇ ତଦନ୍ତ ଚାଲିଥିବା କହିଛନ୍ତି ଡିସିପି । ମାମଲାରେ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ନୋଟିସ୍ କରାଯାଇଛି । ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ଜେରା ହୋଇ ପାରିନାହିଁ । ସମସ୍ତ ଦିଗରୁ ତଦନ୍ତ ଜାରି ରହିଥିବା କହିଛନ୍ତି ଡିସିପି ।

Leave A Reply

Your email address will not be published.