Latest Odisha News

BREAKING NEWS

ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ ପାଇଁ ମହାରାଜା କଂସଙ୍କ ନିର୍ଦ୍ଦେଶ

ବରଗଡ଼଼: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କମ୍ପୁଛି ବରଗଡ଼ । କଂସଙ୍କ ଦରବାରରେ ଚାଲିଛି ହିସାବ ନିକାଶ । ସେପଟେ ଗୋପପୁରରେ ବି ଉତ୍ସବ ଚାଲିଛି । ଧନୁଯାତ୍ରା ଜମି ଆସୁଥିବା ବେଳେ ମହାରାଜା କଂସ ମଥୁରା ନଗରୀରୁ ଦିଲ୍ଲୀକୁ ଟ୍ରେନ୍ ଚଳାଚଳ କରିବାକୁ ସମ୍ବଲପୁର ଡିଆରଏମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୧୧ ଦିନ ଧରି ବରଗଡ଼ର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଧନୁଯାତ୍ରା ଚାଲିବ । ଗତକାଲି କଂସଙ୍କ ଦରବାରରେ ମନ୍ତ୍ରୀ ରୀତାସାହୁ ଓ ଭିନୀତ ସିଂ ଅତିଥି ରୂପେ ସାମିଲ୍ ହୋଇଥିଲେ । କଂସଙ୍କ ହାଜତରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଥିବା ବେଳେ ମଥୁରାରେ ନେଇ ଛାଡ଼ି ଆସିଛନ୍ତି ବାସୁଦେବ ।

ମହାରାଜ କଂସ ଭୂମିକାରେ ଥିବା ହୃଷିକେଶ ଭୋଇ କହିଛନ୍ତି, ମୁଁ ଦେବକୀଙ୍କ ଅଷ୍ଟମ ଗର୍ଭକୁ ମାରିବା ପାଇଁ ଯାଇଥିଲି । ସପ୍ତମ ସନ୍ତାନକୁ ମାରି ଦେଇଥିବା ବେଳେ ଅଷ୍ଟମ ଗର୍ଭରେ ପୁଅ ବଦଳରେ ଝିଅ ଜନ୍ମ ନେଇଥିଲା । ଯିଏ କି ବିଜୁଳି କନ୍ୟା । ଧରିବା ମାତ୍ରେ ସେ ଆକାଶକୁ ଉଡ଼ିଯିବା ସହ ଦେବୀ ଦୁର୍ଗାଙ୍କ ରୂପ ଧାରଣ କରିଥିଲେ ।

Leave A Reply

Your email address will not be published.