Latest Odisha News

BREAKING NEWS

ନିର୍ମଳାଙ୍କ ୪ର୍ଥ ବଜେଟ୍: ପ୍ରସ୍ତୁତିରେ ଅର୍ଥମନ୍ତ୍ରୀଙ୍କ ସାଥୀ କିଏ

ନୂଆଦିଲ୍ଲୀ:ଫେବୃଆରୀ ୧ରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନ କରିବେ ୨୦୨୩ ପାଇଁ ସାଧାରଣ ବଜେଟ । ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ମୋଦି ସରକାରଙ୍କର ୨ୟ ବାରିର ଶେଷ ବଜେଟ ଉପସ୍ଥାପିତ ହେବ ସଂସଦରେ । କରୋନା ମହାମାରୀ ପରେ ଭାରତରେ ଘରୋଇ ଅର୍ଥନୀତିରେ ସମାନ୍ୟ ସୁଧାର ଆସିଛି । ତଥାପି ଗ୍ଲୋବାଲ ଇକନମି ମାନ୍ଦା ରହିଛି ଯାହା ପ୍ରଭାବ  ଭାରତର ବର୍ହିବାଣିଜ୍ୟ ଉପରେ ପଡିପାରେ ।

ଏକଥା କୁହାଯାଇପାରେ ଯେ, G-20 ଦେଶ ମଧ୍ୟରେ ଯଦି କେଉଁ ଦେଶର ଅର୍ଥନୀତି ଦ୍ରୁତ ଗତିରେ ଅଗ୍ରସର ହେଉଛି ତେବେ ସେ ହେଉଛି ଭାରତ । ଘରୋଇ ବଜାରରେ ମୁଦ୍ରାସ୍ପୀତି ହ୍ରାସ ପାଇଛି । ଏପରି ସ୍ଥିତିରେ ସମସ୍ତଙ୍କର ନଜର ରହିଛି ଆଗାମୀ ବଜେଟ ଉପରେ । ଇତି ମଧ୍ୟରେ ବଜେଟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ପ୍ରସ୍ତୁତ କରିବା ଲାଗି ଟିମ ବି ତିଆରି ସରିଛି ।  କିଏ କିଏ ଏହି ଟିମରେ ଅଛନ୍ତି ଏବଂ ଅର୍ଥ ମନ୍ତ୍ରୀଙ୍କ ସହ ଚାଲେଞ୍ଜକୁ ସାମ୍ନା କରୁଛନ୍ତି ଆସନ୍ତୁ ଜାଣିବା ।

ନିର୍ମଳା ସୀତାରମଣ

ଏହି ଟିମ ତାଲିକାର ପ୍ରଥମରେ ଅଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ନିର୍ମଳା ଜବାହରଲାଲା ନେହେରୁ ବିଶ୍ୱବିଦ୍ୟାଳୟରେ ଶିକ୍ଷାପ୍ରାପ୍ତ କରିଛନ୍ତି । ପ୍ରଥମେ ରକ୍ଷା ଏବଂ ପରେ ବାଣିଜ୍ୟ ମନ୍ତ୍ରାଳୟ ଦାୟିତ୍ୱ ସେ ନିଭାଇ ସାରିଛନ୍ତି । ଆଗାମୀ ବଜେଟ ହେବ ନିର୍ମଳାଙ୍କର ୪ର୍ଥ ବଜେଟ । କୋଭିଡ ପରବର୍ତ୍ତୀ ଭାରତର ଅର୍ଥନୀତି ସଜାଡିବା ପାଇଁ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ସାରିଛନ୍ତି । ତାଙ୍କ ସାମ୍ନାରେ ଅନେକ ଚାଲେଞ୍ଜ । ଅର୍ଥନୀତି ସୁଧାର ଆଣିବା, ଋଣ ଭାର କମାଇବା ପରି ଅନେକ ଦାୟିତ୍ୱ ତାଙ୍କ ଉପରେ ।

ଟି.ବି.ସୋମନାଥନ

ଏହି ଟିମରେ ଅଛନ୍ତି ଫାଇନାନ୍ସ ସେକ୍ରେଟରୀ ଟି.ବି.ସୋମନାଥନ  । ୧୯୮୭ ତାମଲାନାଡୁ କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ସୋମନାଥନ । ୨୦୧୫-୧୭ ମଧ୍ୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରେ ସେ ରହିଛନ୍ତି । ଏବେ ସେ ଅର୍ଥ ମନ୍ତ୍ରାଳୟ ବ୍ୟୟ ବିଭାଗ ଦାୟିତ୍ୱ ସମ୍ଭାଳିଛନ୍ତି । ଏହା ପୂର୍ବରୁ ସେ କମ୍ପାନୀ ମାମଲା ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ବି ରହିଥିଲେ । ସୋମନାଥନ ନିଜ କର୍ମଚାରୀଙ୍କ ପାଖରେ ବେଶ ଲୋକପ୍ରିୟ ।

ଅଜୟ ସେଠ

କର୍ଣ୍ଣାଟକ କ୍ୟାଡର ୧୯୮୭ ବ୍ୟାଚର ଆଇଏଏସ ଅଜୟ ସେଠଙ୍କ ବଜେଟ ପ୍ରସ୍ତୁତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅର୍ଥ ବିଭାଗର ସଚିବ ଭାବେ ସେ ବଜେଟ ସମ୍ପର୍କିତ ସମସ୍ତ ପରାମର୍ଶ, ନିର୍ଦ୍ଦେଶର ବିଶ୍ଳେଷଣ କରିବା ଏବଂ ଫାଇନାନ୍ସିଆଲ ଷ୍ଟେଟମେଣ୍ଟରୁ ପୂର୍ଣ୍ଣ ରୂପ ଦେବାର ଦାୟିତ୍ୱ ତାଙ୍କ ଉପରେ ରହିଛି ।

ତୁହିନକାଣ୍ଡ ପାଣ୍ଡେ

ଆସନ୍ତା ଆର୍ଥିକ ବର୍ଷ ପାଇଁ ବିନିବେଶ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବାର ଦାୟିତ୍ୱ ଡିପାର୍ଟମେଣ୍ଟ ଅଫ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ସଚିବ ତୁହିନକାନ୍ତ ପାଣ୍ଡେଙ୍କ ଉପରେ । ତୁହିନ ପାଣ୍ଡେ ମଧ୍ୟ ୧୯୮୭ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ । ଏହା ପୂର୍ବରୁ ସେ ଏୟାର ଇଣ୍ଡିଆ ବିକ୍ରି ଏବଂ ଲାଇଫ ଇନ୍ସୁରାନ୍ସ କର୍ପୋରେଶନର ଆଇପିଓ ଆାଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ ।

ସଞ୍ଜୟ ମାଲହୋତ୍ରା

ରେଭିନ୍ୟୁ ଡିପାର୍ଟମେଣ୍ଟ ସଚିବ 1990  ବ୍ୟାଚର ରାଜସ୍ଥାନ କ୍ୟାଡର ଆଇଏଏସ ଅଫିସର ସଞ୍ଜୟ ମାଲହୋତ୍ରା । ରେଭିନ୍ୟୁକୁ ଅନୁମାନ କରି ବଜେଟ ପ୍ରସ୍ତୁତ କରିବା ଦାୟିତ୍ୱ ସଞ୍ଜୟଙ୍କ ଉପରେ । ଏହା ପୂର୍ବରୁ ସେ ସରକାରୀ କମ୍ପାନୀ ଆରଇସି ଲିମିଟେଡର ଚେୟାରମ୍ୟାନ ଏବଂ ମ୍ୟାନେଜିଂ ଡାଇରେକ୍ଟର ଥିଲେ ।

ବିବେକ ଯୋଶୀ

ଅର୍ଥ ମନ୍ତ୍ରାଳୟରେ ଫାଇନାନ୍ସିଆଲ ସର୍ବିସେସ ସେକ୍ରେଟରୀ ଦାୟିତ୍ୱ ସମ୍ଭାଳିବା ପୂର୍ବରୁ ପ୍ରଥମେ ଗୃହ ମନ୍ତ୍ରାଳୟରେ ରେଜିଷ୍ଟ୍ରାର ଜେନରାଲ ଆଣ୍ଡ ସେନ୍ସେସ କମିଶନର ଥିଲେ । ଯୋଶୀ ଅର୍ଥ ମନ୍ତ୍ରାଳୟର ଟପ ଅଫିସରଙ୍କ ମଧ୍ୟରେ ନୂଆ ମୁହଁ । ଏହା ପୂର୍ବରୁ ଗୁରଗ୍ରାମ ମେଟ୍ରୋପଲିଟାନ ଡେଭଲପମେଣ୍ଟ ଅଥରିଟିର ସିଇଓ ଥିଲେ । ସେ ନଭେମ୍ବର ୨୦୧୪ରୁ ଏପ୍ରିଲ ୨୦୧୭ ପର୍ଯ୍ୟନ୍ତ  ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚରରେ ଜଏଣ୍ଟ ସେକ୍ରେଟରୀ ଥିଲେ

Leave A Reply

Your email address will not be published.