Latest Odisha News

BREAKING NEWS

ଆଇଏମଡିବି ରେଟିଂରେ ସାଉଥ କଳାକାରଙ୍କ ପ୍ରଭୂତ୍ୱ

ନୂଆଦିଲ୍ଲୀ: ଆଇଏମଡିବି ୨୦୨୨ ଲୋକପ୍ରିୟ ଫିଲ୍ମ ତାରକାଙ୍କ ନାମ ଘୋଷଣା କରିଛି । ଏହି ତାଲିକାରେ ଧନୂଷ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଆଲିୟା ଭଟ୍ଟ ରହିଛନ୍ତି । ଚଳିତ ବର୍ଷ ଭାରତରେ ଦକ୍ଷିଣ ଭାରତ ଫିଲ୍ମର ପ୍ରଭୂତ୍ୱ ରହିଥିବା ବେଳେ ନିରାଶ କରିଥିଲା ବଲିଉଡ । ଦକ୍ଷିଣ ଭାରତର ଆରଆରଆର, କେଜିଏଫ୨, ପୁଷ୍ପା ଓ କାନ୍ତରା ଭଳି ଫିଲ୍ମ ଚମତ୍କାର ବ୍ୟବସାୟ କରିଛି । ଧନୂଷଙ୍କ ୨୦୨୨ରେ ୫ଟି ଫିଲ୍ମ ରିଲିଜ ହୋଇଥିଲା । ସେଗୁଡିକ ହେଲା ରୁଷୋ ବ୍ରଦର୍ସଙ୍କ ଦି ଗ୍ରେ ମ୍ୟାନ, ତିରୁଚିତ୍ରାମ୍ବଲମ, ନାନେ ଭାରୁଭେନ ଓ ଭାଥୀ । ସେହିପରି ଆଲିୟା ଗଙ୍ଗୁବାଇ କାଠିଆୱାଡି, ବ୍ରହ୍ମାସ୍ତ୍ର ଏବଂ ଆରଆରଆର ରିଲିଜ ହୋଇଥିଲା । ଧନୁଷ ଓ ଆଲିୟାଙ୍କ ପଛକୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ରାମଚରଣ ତେଜା, ସାମନ୍ଥା ରୁଥ ପ୍ରଭୁ, ହ୍ରିତିକ ରୋଶନ, କିଆରା ଆଡଭାନୀ, ଜୁନିୟର ଏନଟିଆର ଓ ୟଶ ରହିଥିଲେ ।

ବଲିଉଡର କୌଣସି ବଡ କଳାକାର ଏହି ତାଲିକାରେ ସ୍ଥାନ ପାଇ ନାହାନ୍ତି । ତେବେ ୨୦୨୩ରେ ଅନେକଗୁଡିଏ ବିଗ ବଜେଟ ଫିଲ୍ମ ରିଲିଜ ହେବାକୁ ଯାଉଥିବାରୁ ବଲିଉଡର ଭାଗ୍ୟ ଫିଟିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.