Latest Odisha News

BREAKING NEWS

ଆନ୍ତର୍ଜାତୀୟ ଫୁଟବଲ କ୍ୟାରିୟରକୁ ଅଲବିଦା କହିଲେ ବେଲଜିୟମ ଷ୍ଟାର ଖେଳାଳି ହାଜାର୍ଡ

ଦୋହା: ଚଳିତ ଫିଫା ବିଶ୍ୱକପରେ ବେଲଜିୟମର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏପରିକି ଦଳ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରି ନ ଥିଲା । ବୁଧବାର ଦଳର ଷ୍ଟାର ଖେଳାଳି ଇଡେନ ହାଜାର୍ଡ ମାତ୍ର ୩୧ ବର୍ଷ ବୟସରେ ଆନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଛନ୍ତି । ସେ ୩ଟି ଯାକ ମ୍ୟାଚ ଖେଳିଥିଲେ ମଧ୍ୟ ଗୋଲ ସ୍କୋର କରିପାରି ନ ଥିଲେ । ସେ ଇନଷ୍ଟାଗ୍ରାମରେ ଏକ ଦୁଃଖଭରା ପତ୍ର ମାଧ୍ୟମରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଥିଲେ । ୨୦୦୮ପରଠାରୁ ଆପଣମାନେ ଦେଇଥିବା ଖୁସିକୁ ମୁଁ ଏଠାରେ ଶେଷ କରୁଛି । ଜୀବନର ଏକ ଅଧ୍ୟାୟ ଏଠାରେ ଶେଷ ହେଉଛି ବୋଲି ସେ ଲେଖିଛନ୍ତି । ୨୦୦୮ରୁ ୨୦୨୨ ମଧ୍ୟରେ ହାଜାର୍ଡ ୧୨୬ଟି ମ୍ୟାଚ ଖେଳିଛନ୍ତି । ସେ ଏଥିରେ ୩୩ ଗୋଲ ସ୍କୋର କରିଛନ୍ତି ।

ଦଳର ମ୍ୟାନେଜର ରୋବେର୍ତୋ ମାର୍ଟିନେଜ ମଧ୍ୟ ମ୍ୟାନେଜର ପଦ ଛାଡିବା ନେଇ ସୂଚନା ଦେଇ ସାରିଛନ୍ତି । ଏଥିସହ ବେଲଜିୟମର ଗୋଲ୍ଡେନ ଜେନେରେଶନ କୁହାଯାଉଥିବା ଅଧ୍ୟାୟର ମଧ୍ୟ ପରିସମାପ୍ତି ଘଟିଛି । ଏଥର ହାଜାର୍ଡ କ୍ଲବସ୍ତରୀୟ ମୁକାବିଲାରେ ମନୋନିବେଶ କରିବେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.