Latest Odisha News

BREAKING NEWS

ପୁନଃ ରିଲିଜ ହେଲା ଧନୁଷଙ୍କ ଥ୍ରୀ, କୋଲାଭରି ଡି ଗୀତ ପାଇଁ ଥିଲା ଚର୍ଚ୍ଚିତ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନାୟକ ଧନୁଷଙ୍କ ଥ୍ରୀ ଫିଲ୍ମ ପୁନଃ ରିଲିଜ କରାଯାଇଛି । ପ୍ରଥମ ଥର ରିଲିଜ ବେଳେ ଏହା ଭଲ ବ୍ୟବସାୟ କରି ନ ଥିବା ବେଳେ ଏଥର କିନ୍ତୁ ଚମତ୍କାର ବିଜନେସ କରୁଛି । ୨୦୧୨ରେ ଥ୍ରୀ ଫିଲ୍ମ ଯେତେ ଚର୍ଚ୍ଚିତ ନ ଥିଲା ତାଠାରୁ ଅଧିକ ଚର୍ଚ୍ଚିତ ଥିଲା ହ୍ୱାଇ ଦିସ କୋଲାଭରୀ ଡି ଗୀତ ପାଇଁ । ସେ ସମୟରେ ଏହି ଗୀତ ବେଶ ଲୋକପ୍ରିୟତା ହାସଲ କରିଥିଲା । କସ୍ତୁରୀ ରାଜା ପ୍ରଡକ୍ସନ ଅଧିନରେ ନିର୍ମିତ ଏହି ଫିଲ୍ମକୁ ଐଶ୍ଚର୍ଯ୍ୟା ରଜନୀକାନ୍ତ ନିର୍ଦ୍ଦେଶନା ଦେଇଥିଲେ । ୧୦ ବର୍ଷ ପରେ ବାପା କସ୍ତୁରୀଙ୍କ ଜନ୍ମ ଦିନରେ ଏହାକୁ ପୁନଃ ରିଲିଜ କରାଯାଇଥିଲା ।

ବକ୍ସ ଅଫିସରେ ଏବେ ଭଲ ବ୍ୟବସାୟ ଅନେକ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ସିନେମାଘରରେ ପ୍ରଶଂସକଙ୍କ ଭୀଡ ବଢ଼ିବାରେ ଲାଗିଛି । ନିକଟରେ ଧନୁଷଙ୍କ ଫିଲ୍ମ ତିରୁଚିତ୍ରମ୍ବଲମ ବକ୍ସ ଅଫିସରେ ୧୦୦ କୋଟିରୁ ଊର୍ଦ୍ଧ୍ୱ ଆୟ କରି ସାରିଲାଣି । ଧନୁଷ ଏବେ ନାନେ ବରୁବେନ ଓ କ୍ୟାପଟେନ ମିଲ ପରି ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ୨୦୨୨ରେ ଅତରଙ୍ଗୀ ରେରେ ଧନୁଷଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.