Latest Odisha News

ଜାଣନ୍ତୁ ଆଲିଆ ଭଟ୍ଟଙ୍କର ସଫଳତା ପଛର କାହାଣୀ

ମୁମ୍ୱାଇ: “ହାତରେ ପମପମ୍ ଧରି ପୁଅଙ୍କ ପାଇଁ ପାଟି କରିବା ମୋର ଷ୍ଟାଇଲ ନୁହେଁ । ସେମାନେ ମୋ ପାଇଁ ପାଟି କରିବେ, ସିଟି ବଜେଇବେ, ଦାଟସ୍ ମାଇଁ ଥିଙ୍ଗ।” ଏପରି କିଛି ଡାଏଲଗ ସହ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଚଳଚ୍ଚିତ୍ରରେ ଏଣ୍ଟ୍ରି ମାରିଥିଲେ ସେଲିବ୍ରିଟି ଆଲିଆ ଭଟ୍ଟ । ଫିଲ୍ମରେ ଆଲିଆ ଜଣେ ଧନୀ ଶ୍ରେଣୀର ଝିଅ ଶାନୟା ହୋଇ ଅଭିନୟ କରିଥିଲେ । ଯିଏ ଫେଣ୍ଟାସି କଲେଜରେ ପାଠ ପଢିବା ସହ ଡିଜାଇନର ପୋଷାକ, ମହଙ୍ଗା ଯାନ, ଟପ୍ ଲାଇଫ୍ ଷ୍ଚାଇଲ ଏବଂ ବୟଫ୍ରେଣ୍ଡ ସହ କଲେଜରେ ବୁଲୁଥିବା ନଜର ଆସିଥିଲେ।

୧୦ ବର୍ଷ ପୂର୍ବେ ୨୦୧୨ ମସିହାରେ ଆଲିଆ ଭଟ୍ଟ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ରେ ଡେବ୍ୟୁ କରିଥିଲେ। ସେତେବେଳେ ସେ କିଡ ଷ୍ଟାର ଥିଲେ ଏବଂ ଆଲିଆଙ୍କୁ ଖୁବ କମ ଲୋକେ ପସନ୍ଦ କରିଥିଲେ। ଆଲିଆଙ୍କ ଅଭିନୟ, ସ୍କ୍ରିନ ପ୍ରେଜନ୍ସ ଭଲ ନଥିବା ରିଭ୍ୟୁ ମଧ୍ୟ ଆସିଥିଲା । କିନ୍ତୁ ସେ ନିଜର କ୍ୟୁଟନେସ ପାଇଁ ଦର୍ଶକଙ୍କ ମନ ମଧ୍ୟ କିଣିପାରୁଥିଲେ। ଦୁଇ ବର୍ଷ ପରେ ଅର୍ଥାତ୍ ୨୦୧୪ ରେ ଆସିଥିବା ଫିଲ୍ମ ‘ହାଇୱେ’ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା।

ଏହି ଚଳଚ୍ଚିତ୍ର ପାଇଁ ଆଲିଆଙ୍କୁ ବହୁତ ସଫଳ ମିଳିଥିଲା। ତାଙ୍କ ଅଭିନୟ ଦର୍ଶକଙ୍କୁ ତାଜୁବ କରିଥିଲା। କିଡ୍ ଷ୍ଟାରରୁ ଲିଡ୍ ଷ୍ଟାର ଯାତ୍ରା ସହଜ ନଥିଲା।  ଫିଲ୍ମ ‘ହାଇୱେ’ରେ ଅଜ୍ଞାତ ରାସ୍ତାରେ ଚାଲିବାକୁ ସାହସ ଦେଖାଇଥିବା ଏହି ଆଲିଆ ଆଜି ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଶୀର୍ଷ ହିରୋଇନ୍ ହୋଇପାରିଛନ୍ତି। ପରେ ପରେ ‘ଡିଅର ଜିନ୍ଦଗୀ’, ‘ବଦ୍ରିନାଥ କି ଦୁଲହନୀୟା’, ‘ରାଜି’, ‘ଗୁଲ୍ଲୀ ବୟ’ ଭଳି ସୁପରହିଟ୍ ମୁଭି କରି ଦର୍ଶଙ୍କ ମନ ଜିଣିପାରିଛନ୍ତି।

ଏବେ ଫିଲ୍ମ ‘ଡାର୍ଲିଙ୍ଗ୍ସ’ରେ ଅଭିନୟ କରିବା ସହ ଫିଲ୍ମ ନିର୍ମାତା ମଧ୍ୟ ହୋଇଛନ୍ତି ଆଲିଆ ଭଟ୍ଟ। ଏପର୍ଯ୍ୟନ୍ତ ସେ ଚାରୋଟି ଫିଲ୍ମଫେୟାର ଆୱାର୍ଡ ହାସଲ କରିପାରିଛନ୍ତି। ଫୋବର୍ସ ଇଣ୍ଡିଆ ୧୦୦ ତାଲିକାରେ ସ୍ଥାନ ପାଇଛନ୍ତି ଆଲିଆ। ଏହାସହ ସେ ଜଣେ ବ୍ୟବସାୟୀ ମଧ୍ୟ ଅଟନ୍ତି। ତାଙ୍କର ଏହି ସଫଳତା ପଛରେ ନିଜର ପରିଶ୍ରମକୁ ଶ୍ରେୟ ଦେଇଛନ୍ତି।

Leave A Reply

Your email address will not be published.