Latest Odisha News

ଆସୁଛି ଧର୍ମ ମାସ କାର୍ତ୍ତିକ, ଆରମ୍ଭ ହେଲାଣି ପ୍ରସ୍ତୁତି

ପୁରୀ: ଆଗକୁ ଆସୁଛି ଧର୍ମ ମାସ କାର୍ତ୍ତିକ ମାସ । ସେଥିପାଇଁ ଶ୍ରୀମନ୍ଦିରରେ ଆରମ୍ଭ ହେଲାଣି ପ୍ରସ୍ତୁତି । ବିଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ମାସରେ ହବିଶ୍ୟାଳି ମାନଙ୍କ ପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ  । ସେଥିପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ଚଳିତବର୍ଷ କାର୍ତ୍ତିକ ମାସ ପାଇଁ ଆସୁଥିବା ହବିଶ୍ୟାଳି ମାନେ ରହିବା ପାଇଁ ଅନଲାଇନରେ ମଧ୍ୟମରେ ଆବେଦନ କରିପାରିବେ । ଚଳିତବର୍ଷ ଅକ୍ଟୋବର ମାସ ୨୯ ରୁ ନଭେମ୍ବର ୨୭ ପର୍ଯ୍ୟନ୍ତ କାର୍ତ୍ତିକ ବ୍ରତ ପଡ଼ୁଥିବା ବେଳେ ଅକ୍ଟୋବର ପହିଲାରୁ ଅନଲାଇନ ପଞ୍ଜିକରଣ  ଆରମ୍ଭ ହେବ । ଏଥିସହିତ  ଅଫଲାଇନ ବ୍ୟବସ୍ଥା ମଧ୍ୟ ରହିବ । ଅନଲାଇନ ବ୍ୟବସ୍ଥାରେ ନିଜର ଆପ୍ଲିକେସନ ଷ୍ଟାଟସ ଓ ରୁମ ଆଲଟମେଣ୍ଟ ବିଷୟରେ ଆଗୁଆ ସୂଚନା ପାଇପାରିବେ ହବିଷ୍ୟାଳି । ପୂର୍ବବର୍ଷ ଭଳି ୧୫୦୦ ହବିଷ୍ୟଳି ରଖିବା କ୍ଷମତା ବିଶିଷ୍ଟ ବୃନ୍ଦାବତୀ ନିବାସ ସମେତ ଅନ୍ୟ କଲ୍ୟାଣ ମଣ୍ଡପ ଓ ଭକ୍ତ ନିଵାସରେ ମଧ୍ୟ ହବିଷ୍ୟଳିଙ୍କ ନିମିତ୍ତ ବ୍ୟବସ୍ଥା ହେବ । ପ୍ରାୟ ୩୦୦୦ ହବିଷ୍ୟଳିଙ୍କ ପାଇଁ ବ୍ୟଵସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

Leave A Reply

Your email address will not be published.