Latest Odisha News

BREAKING NEWS

ଲୋନ ଠକେଇ ଅଭିଯୋଗର ଛାନଭିନ ପାଇଁ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପଶିଲେ ଇଓଡବ୍ଲୁ ଟିମ

ଭୁବନେଶ୍ୱର: ରସୁଲଗଡ ଶିଳ୍ପାଞ୍ଚଳରେ ଥିବା ଦୈନିକ ଖବରକାଗଜ ‘ସମ୍ବାଦ’ ମୁଖ୍ୟ କାର୍ଯ୍ୟାଳୟରେ ପଶିଲେ ଇଓଡବ୍ଲୁ ଟିମ । ଲୋନ ଠକେଇ ଅଭିଯୋଗର ତଦନ୍ତ କରିବା ପାଇଁ  ଇଓଡବ୍ଲୁ ସମ୍ବାଦ ମୁଖ୍ୟ କାର୍ଯ୍ୟାଳୟରେ ପଶିଥିବା ଜାଣିବାକୁ ମିଳିଛି ।

ଇଓଡବ୍ଲୁର ଏକ ୧୨ ଜଣିଆ ଟିମ ଆଜି ମଧ୍ୟାହ୍ନ ଗୋଟାଏ ବେଳେ ସମ୍ବାଦ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ । ୪ ଜଣ ଡିଏସପି ଏବଂ ୬ ଜଣ ଇନ୍ସପେକ୍ଟରଙ୍କୁ ଆସିଥିବା ଏହି ଟମ ସମ୍ବାଦ କାର୍ଯ୍ୟାଳୟରେ ପଶି ଛାନଭିନ କରୁଛନ୍ତି ।

ଜଣେ ପୂର୍ବତନ କର୍ମଚାରୀଙ୍କ ଅଭିଯୋଗକୁ ଆଧାର କରିଅର୍ଥନୈତିକଅପରାଧଶାଖାବା ଇଓଡବ୍ଲୁବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କବିରୋଧରେଆଇପିସିଦଫା୫୦୬, ୪୬୭, ୪୬୮, ୪୭୧, ୪୨୦ଓ୧୨୦(ଖ)ରେମାମଲାରୁଜୁକରିଛି।ସଂସ୍ଥାରଏଚଆରବିଭାଗମୁଖ୍ୟବୈଜୟନ୍ତୀକରଙ୍କନାଁରେମଧ୍ୟସମାନଦଫାଲାଗିଛି।

ସୂଚନାଥାଉ କି, ଏହି ମାମଲାରେ ଇଓଡବ୍ଲୁ ସମ୍ବାଦର ପ୍ରକାଶକ କମଳାକାନ୍ତ ମହାପାତ୍ରଙ୍କୁ ଗତକାଲି  EOW ପଚରାଉଚରା କରିଥିଲା। ତେବେ କ’ଣ ଏବଂ କେଉଁ ପ୍ରସଙ୍ଗରେ ପଚରା ପଚରି କରାଯାଇଥିଲା ଏନେଇ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ରଖିନଥିଲେ କମଳାକାନ୍ତ । ଅନ୍ୟପକ୍ଷେ ଏହି ଚଢାଉ ନେଇ ସମ୍ବାଦ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ରଖାଯାଇ ନାହିଁ ।

ସୂଚନାଥାଉ କି, ପୂର୍ବତନ କର୍ମଚାରୀ ଜଣକ ଅଭିଯୋଗ କରିଥିଲେ, ୨୦୧୫ରେ ତାଙ୍କୁ ସହରର ଏକ ବ୍ୟାଙ୍କରୁ ଆବଶ୍ୟକ କାଜପତ୍ର  ଦେଖାଇ  ଋଣ ଆଣିବାକୁ କମ୍ପାନୀ ପକ୍ଷରୁ ବାଧ୍ୟ କରାଯାଇଥିଲା । ହେଲେ ଏହି ଲୋନ ତାଙ୍କ ପାଖକୁ ଆସି ନ ଥିଲା । ଏପରିକି ବ୍ୟାଙ୍କ ପକ୍ଷରୁ ମଧ୍ୟ କିଛି ସୂଚନା ପାଇ ନ ଥିଲେ । ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ୫ ଲକ୍ଷର ଋଣ କରାଯାଇଛି । ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ନାଁରେ ଏକ ଫେକ ଆକାଉଣ୍ଟ ଖୋଲା ଯାଇ ହଟଙ୍କା ଟ୍ରାନ୍ସଫର କରାଯାଇଛି । ଏହି ପୂର୍ବତନ କର୍ମଚାରୀଙ୍କ ଓକିଲ ଦବ୍ୟଜ୍ୟୋତି ଦାସ ମିଡିଆକୁ ସୂଚନା ଦେଇ ଏସବୁ କହିଛନ୍ତି ।

ସେ ଆହୁରି କହିଛନ୍ତି, ଏହି ଦୁର୍ନୀତି ବିଷୟରେ ଜାଣିବା ପାଇଁ ତାଙ୍କ କ୍ଲାଏଣ୍ଟଙ୍କୁ ଦୀର୍ଘବର୍ଷ ଲାଗିଥିଲା । କାରଣ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏଥିରେ ସହଯୋଗ କରୁ ନ ଥିଲେ ।

ଏହି କର୍ମଚାରୀ ଜଣକ ୨୦୨୦ରେ ସମ୍ବାଦ ଛାଡ଼ିଥିଲେ । ହେଲେ ତା ପୂର୍ବରୁ ସେ ସମ୍ବାଦ ପାଇଁ ୧୨ ବର୍ଷ ହେଲା କାମ କରୁଥିଲେ ବୋଲି ସେ କହିଛନ୍ତି ।

 

 

Leave A Reply

Your email address will not be published.