Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଲକ୍ଷାଧିକ ଓଡିଆଙ୍କ ଜୀବନରେ ପରିବର୍ତ୍ତନ ଆଣିଛି: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ ଇଣ୍ଡିଆ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଲକ୍ଷାଧିକ ଓଡିଆଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ସେହିପରି ମହାମାରୀ ସମୟରେ ଲୋକଙ୍କୁ ସିଧାସଳଖ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରିବାରେ ଏବଂ ଦୁର୍ଗମ ଅଂଚଳରେ ଲୋକଙ୍କୁ ସରକାରୀ ଯୋଜନାର ପ୍ରତ୍ୟେକ୍ଷ ଲାଭ ପହଂଚାଇବାରେ ଡିଜିଟାଲ୍ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କେଦ୍ରମନ୍ତ୍ରୀ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ରାଜ୍ୟର ୧୮ଟି ମାଓପ୍ରବଣ ଅଂଚଳରେ ୪୮୩ ମୋବାଇଲ ଟାୱାର ପ୍ରତିଷ୍ଠା ଇ-ଗଭର୍ଣ୍ଣାନ୍ସ ପ୍ରୋତ୍ସାହନ ଦେବ । ୧୬ଟି ଜିଲ୍ଲାର ୩୨୯୧ ଗ୍ରାମ ପଂଚାୟତକୁ ବ୍ରଡବ୍ୟାଣ୍ଡ ସଂଯୋଗ ଲୋକଙ୍କୁ ହାଇସ୍ପିଡ୍ ଇଂଟରନେଟ୍‌ର ସୁବିଧା ଯୋଗାଇବ । ଦୁର୍ଗମ ଅଂଚଳର ଲୋକଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଇବାରେ ୬୫୦ ରୁ ଅଧିକ ଇଣ୍ଡିଆ ପୋଷ୍ଟ ପେମେଂଟ୍ ବ୍ୟାଙ୍କ ସହାୟକ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପ ସରକାରଙ୍କୁ ଲୋକଙ୍କ ନିକଟରେ ଅଧିକ ଉତ୍ତର ଦାୟୀ କରିଛି । ବିଶ୍ୱ କରୋନା ପରବର୍ତ୍ତୀ ସମୟରେ ଡିଜିଟାଲ ଇଣ୍ଡିଆ ଗେମ୍ ଚେଂଜର ଭାବେ ଉଭା ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.