କୋଭିଡ୍ ପଜିଟିଭିଟିରେ ଓଡିଶାର ହାର କମ୍‌

ଭୁବନେଶ୍ୱର: କରୋନା ମହାମାରୀ ନିୟନ୍ତ୍ରଣରେ ଓଡିଶାର ସ୍ଥିତି ଭଲ ରହିଛି । ଦେଶର ପଜିଟିଭିଟି ହାରଠାରୁ ଓଡିଶାର ହାର କମ । ପଜିଟିଭିଟିି ରେଟ୍‌ରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । ଦେଶରେ ପଜିଟିଭିଟି ହାର ୮.୬୯ ପ୍ରତିଶତ ଥିବା ବେଳେ ଓଡିଶାର ପଜିଟିଭିଟି ହାର ରହିଛି ୬ ପ୍ରତିଶତ । ୨୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳର କରୋନା ପଜିଟିଭିଟି ହାର ଜାତୀୟ ହାର ଠାରୁ କମ୍ । ତାମିଲନାଡୁରର ପଜିଟିଭିଟି ରେଟ୍ ୮.୩୨ ପ୍ରତିଶତ ଥିବା ବେଳେ କେରଳ ୭.୮୦ ପ୍ରତିଶତ, ଗୋଆ ଏବଂ ବିହାର ୭.୧୦ ପ୍ରତିଶତ, ଆସାମ ୬.୫୦ ପ୍ରତିଶତ, ଗୁଜରାଟ ୬.୪୦ ପ୍ରତିଶତ ରହିଛି । ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶ ଉଭୟ ୪.୬୦ ପ୍ରତିଶତ, ପଂଜାବ ୪.୧୦ ପ୍ରତିଶତ,ରାଜସ୍ଥାନ ୪ ପ୍ରତିଶତ ଏବଂ ହିମାଚଳ ପ୍ରଦେଶରେ ପଜିଟିଭିଟି ହାର ୨ ପ୍ରତିଶତ ରହିଛି ।