Latest Odisha News

BREAKING NEWS

ପୂର୍ବ ଭାରତର ବକାଶ ବିନା ଭାରତର ବିକାଶ ଅସମ୍ଭବ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଏକ ନୂଆ ଆତ୍ମବିଶ୍ବାସ ନେଇ ଭାରତ ଆଗକୁ ବଢୁଛି । ପୂର୍ବ ଭାରତର ବିକାଶ ବିନା ଭାରତର ବିକାଶ ଅସମ୍ଭବ । ପୂର୍ବ ଭାରତକୁ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ସଂକଳ୍ପବଦ୍ଧ । ଆଜି ଆୟୋଜିତ ହୋଇଥିବା ବିଜେପିର ଓଡ଼ିଶା ଜନ ସମ୍ବାଦ ରାଲିକୁ ସମ୍ବୋଧନ କରି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଭଳି କହିଛନ୍ତି ।

ସେ କହିଛନ୍ତି ଯେ, ଯେ ପର୍ଯ୍ୟନ୍ତ ଭାରତର ବିକାଶ ହୋଇନାହିଁ ସେ ପର‌୍ୟ୍ୟନ୍ତ ଦେଶର ସନ୍ତୁଳିତ ବିକାଶ ହୋଇଛି ବୋଲି କୁହାଯାଇପାରିବ ନାହିଁ। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ପୂର୍ବାଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି ଓ ଲକ୍ଷ ଲକ୍ଷ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ କାର‌୍ୟ୍ୟକ୍ରମ କାର୍ଯ୍ୟକାରୀ ହେଉଛି । ସବ୍ କା ସାଥ୍‌, ସବ୍ କା ବିକାଶ, ପାଇଁ କାର୍ଯ୍ୟ ହେଉଛି ।

କଂଗ୍ରେସ ସରକାର ଅମଳରେ ଓଡ଼ିଶାକୁ ଅବହେଳା କରାଯାଉଥିଲା । ତତକାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ କହୁଥିଲେ ଯେ ଟଙ୍କା କଣ ଗଛରେ ଫଳୁଛି ? କିନ୍ତୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବାତ୍ୟା ପ୍ରପୀଡ଼ିତ ଓଡ଼ିଶା ଓ ବଙ୍ଗଳା ପାଇଁ ଘୋଷଣାର ଗୋଟିଏ ଦିନ ପରେ ହିଁ ସହାୟତା ରାଶି ପଠାଇଦେଇଥିଲେ ।

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଏହି ବିଜେପିର ଜନସମ୍ବାଦ ରାଲି ଆୟୋଜନ ହୋଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପିର ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ରାଜ୍ୟ ସଭପତି ସମୀର ମହାନ୍ତି, ରାଜ୍ୟ ବିରୋଧୀଦଳ ନେତା ପ୍ରଦୀପ ନାଏକ , ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.