Latest Odisha News

BREAKING NEWS

ଶାହା କହିଲେ ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶ୍ରୁତି

ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ କରିବା ଆମର ପ୍ରତିଶୃତି । ଏହି ପ୍ରତିଶୃତିକୁ ପୂରଣ କରିବାକୁ କେନ୍ଦ୍ର ସରକାର କାର‌୍ୟ୍ୟ କରିୁଛନ୍ତି । ମୋଦୀ ବିଶ୍ୱରେ ଭାରତର ଗୌରବକୁ ବଢ଼ାଇଛନ୍ତି । ମୋଦୀ ଏପରି ନେତା ଯାହା କୁହନ୍ତି, ତାହା କରନ୍ତି । କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ୨ୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଭର୍ଚୁଆଲ ର‌୍ୟା ଲିରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏଭଳି କହିଛନ୍ତି।

BjdElectrycity

ସେ କହିଛନ୍ତି ଯେ ଓଡ଼ିଶାକୁ ବିକଶିତ ରାଜ୍ୟରେ ପରିଣତ କରିବା ଲାଗି ମୋଦୀ ସରକାର ବଚନବଦ୍ଧ ଅଛନ୍ତି । ସେ ଏହି ଅବସରରେ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର, ରାମମନ୍ଦିର ନିର୍ମାଣ, ନାଗରିକତା (ସଂଶୋଧନ) ଆଇନ ପ୍ରୟଣନ କ୍ଷେତ୍ରରେ ସରକାରଙ୍କ ସଫଳତା କଥା କହିଥିଲେ । ଏହି ସରକାର ୬ବର୍ଷ ମଧ୍ୟରେ ସବୁ ବର୍ଗ ପାଇଁ କାମ କରିଛି ବୋଲି ଶାହା କହିଛନ୍ତି ।

କରୋନା ବିରୋଧରେ ଲଢ଼େଇରେ ସରକାର ଦେଶବାସୀ ସହ ଅଛନ୍ତି । ଆମ ଦେଶ କରୋନା ଲଢ଼େଇରେ ଅନ୍ୟ ଦେଶ ତୁଳନାରେ ଭଲ ସ୍ଥିତିରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ଦେଶବାସୀ ନିଷ୍ଠାର ସହ ପାଳନ କରିଛନ୍ତି । ଇତିହାସରେ ଜନତା କର୍ଫ୍ୟୁ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ । ବିଜେପିର ଭର୍ଚୁଆଲ ରାଲିରେ ଶାହା ମୋଦୀ ସରକାରଙ୍କ ସଫଳତାର କଥା ବଖାଣିଛନ୍ତି ।

Leave A Reply

Your email address will not be published.