Latest Odisha News

ଓଡ଼ିଶାର ପଟ୍ଟଚିତ୍ର ଶିଳ୍ପୀଙ୍କୁ ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ ଓ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ରାଉରକେଲାର ପଟ୍ଟଚିତ୍ର କଳାକାର ଭାଗ୍ୟଶ୍ରୀ ସାହୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ‘ମନ୍ କି ବାତ’ କାର୍ଯ୍ୟକ୍ରମରେ ପ୍ରଶଂସା କରିଛନ୍ତି। ଏହା ପରେ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ସହ ଟେଲିଫୋନ୍ ଯୋଗେ କଥା ହେବା ସଙ୍ଗେସଙ୍ଗେ ଓଡିଶାର କଳା ଓ ସଂସ୍କୃତିକୁ ଅଧିକ ଲୋକପ୍ରିୟ କରାଇବା ନେଇ ଉତ୍ସାହିତ କରିଥିଲେ।

ସେହିପରି ବରିଷ୍ଠ ବିଜେପି ନେତା ବୈଜୟନ୍ତ ଜୟ ପଣ୍ଡା ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.