ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ଏହି ବଜେଟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିର୍ମଳା ସୀତାରମଣଙ୍କ ବଜେଟକୁ ସ୍ୱାଗତ ଜଣାଇଛନ୍ତି । ସେ କହିଛନ୍ତି, “ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତ ବର୍ଷର ସାଧାରଣ ବଜେଟ୍ ଦ୍ୱାରା ଆମ ଦେଶର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ ଅଧିକ ଲାଭାନ୍ୱିତ ହେବେ ।”
ସେ ଆହୁରି ମଧ୍ୟ କହିଛନ୍ତି କି, “ଓଡିଶା ଭଳି ରାଜ୍ୟରେ ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ସଂଖ୍ୟା ଅଧିକ । ସେଥିପାଇଁ ଓଡିଶା ଭଳି ରାଜ୍ୟ ସବୁଠାରୁ ବେଶୀ ଲାଭ ପାଇବେ । ଓଡିଶାରେ ବ୍ଲୁ ଇକୋନୋମି ମାଧ୍ୟମରେ ମାଛ ଉତ୍ପାଦନକୁ ଦୁଇଗୁଣ କରାଯିବ । ଯୁବକମାନଙ୍କ ପାଇଁ ‘ସାଗର ମିତ୍ର’ ଭଳି କାର୍ଯ୍ୟକ୍ରମ ଅଣାଯାଇଛି । ଯଦ୍ୱାରା ସେମାନେ ମେରାଇନ୍ ବ୍ୟବସାୟରେ ଭାଗିଦାରୀ ବଢ଼ାଇପାରିବେ ।”
କେନ୍ଦ୍ରମନ୍ତ୍ରୀ ଚଳିତ ବର୍ଷର ବଜେଟକୁ ଯୁଗାନ୍ତକାରୀ କହିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କୃତଜ୍ଞତା ଜଣାଇଛନ୍ତି ।
BREAKING NEWS
- କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ
- ଥଣ୍ଡାର ମୁକାବିଲା ପାଇଁ ମୋଜା ଭିତରେ ଲଙ୍କାଗୁଣ୍ଡ ରଖି ଖେଳିଲେ ଖେଳାଳି
- ୧୯.୮ ଲକ୍ଷ ହେରଫେର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଗିରଫ
- Encounter: ଏନକାଉଣ୍ଟରରେ ୨ମାଓବାଦୀ ନିହତ; ଘଟଣାସ୍ଥଳରୁ AK-47 ରାଇଫଲ୍ ସହ…
- କଳିକେଶଙ୍କୁ ନେଇ ଦେଇଥିବା ମନ୍ତବ୍ୟର ସ୍ପଷ୍ଟୀକରଣ ରଖିଲେ ଦିବ୍ୟଶଙ୍କର; ସେ ୟୁଥ୍ ଲିଡର, ନବୀନଙ୍କ ଉତ୍ତରାଧିକାରୀ…
- ଅଷ୍ଟ୍ରେଲିଆନ ଓପନ ଟେନିସ: ମହିଳା ସିଙ୍ଗଲ୍ସ ଫାଇନାଲରେ ସେବଲେଙ୍କା-ରେବକିନା
- Odisha Vigilance: ୨ ଲକ୍ଷ ୬୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଏସସିବି ଡାକ୍ତର
- Khandagiri:BMCର ସୋ କଜ୍ ନୋଟିସ୍;ନିର୍ଦ୍ଧାରିତ ଫି ଠାରୁ ୨ ଗୁଣା ଅଧିକ ଟଙ୍କା ଆଦାୟ ଅଭିଯୋଗ
- Blackbuck Deer Counting: ଆରମ୍ଭ ହେଲା ବିରଳ କୃଷ୍ଣସାର ମୃଗ ଗଣନା, ୨୮ ଟିମ୍ ନିୟୋଜିତ
- ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ; ୩ ଦିନ ପାଇଁ ଶିମିଳିପାଳ ବନ୍ଦ
Comments are closed.