Latest Odisha News

BREAKING NEWS

ବଜେଟ ୨୦୨୦: ଡ଼ାକ୍ତର ଓ ଡାକ୍ତରଖାନା ଅଭାବ ଦୂର ପାଇଁ ପଦକ୍ଷେପ, ସବୁ ଜିଲ୍ଲାରେ ଖୋଲିବ ଜନ ଔଷଧି କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ ଡ଼ାକ୍ତର ଓ ଡାକ୍ତରଖାନା ଅଭାବ ଦୂର କରିବା ଦିଗରେ ସାଧାରଣ ଜନତାଙ୍କ ପାଇଁ ସର୍ବସୁଲଭ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ଦିଗରେ ବଜେଟ ରେ ବିଶେଷ ବ୍ୟବସ୍ଥା କରାଯାଇଛି | ପୂର୍ବ ବଜେଟ ରେ ୭୫ ଜିଲ୍ଲା ଡାକ୍ତରଖାନା ସହ ଘୋଷଣା କରିଥିଲେ ଏବେ ସବୁ ଜିଲ୍ଲା ଡାକ୍ତରଖାନା ଓ ମେଡ଼ିକାଲ କାଯାଏଲ ଖୋଲିବାକୁ ଘୋଷଣା କରିଛନ୍ତି | ଏହା ସହ ଅୟୁଷମାନ ଭାରତ ଅଧୀନରେ ଗରିବ ଲୋକମାନଙ୍କୁ ଘର ପାଖରେ ମାଗଣା ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାପାଇଁ ସେହି ଜିଲ୍ଲାରେ ପିପିପି ମଡେଲ ରେ ଡାକ୍ତରଖାନା ପ୍ରତିଷ୍ଠା କରାଯିବ | ଏହା ସହ କମ ମୂଲ୍ୟରେ ଔଷଧ ପାଇଁ ଜନ ଔଷଧି କେନ୍ଦ୍ର ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି |

ଡାକ୍ତରଖାନା ଖୋଲିବାକୁ ଦେଶର ସବୁଠୁ ପଛୁଆ ୧୧୨ ଜିଲ୍ଲା କୁ ପ୍ରାଥମିକତା:

ଆୟୁଷମାନ ଭାରତ ଇ ଦେଶର ୫୦ କୋଟି ରୁ ଅଧିକ ଗରିବଶ୍ରେଣୀ ଲୋକମାନଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା କରାଯାଉଛି | ହେଲବ ଛୋଟ ସହର ମାନଙ୍କରେ ଅତ୍ୟାଧୁନିକ ସୁବିଧା ଅଭାବ ଦ୍ୱାରା ଗରିବଶ୍ରେଣୀ ଲୋକଙ୍କୁ ବଡ଼ ସହର ର ଡାକ୍ତରଖାନାକୁ ଯିବାକୁ ପଡୁଛି | ସରକାର ଏବେ ପିପିପି ମଡେଲ ଇ ଛୋଟ ଓ ମଧ୍ୟମ ସହରରେ ଅତ୍ୟାଧୁନିକ ଡାକ୍ତରଖାନା ଖୋଲିବାକୁ ସହାୟତା ପ୍ରଦାନ କରିବେ | ଦେଶର ସବୁଠୁ ପଛୁଆ ୧୧୨ ଜିଲ୍ଲା ଏଥିରେ ପ୍ରାଥମିକ ଦିଆଯିବ | ଏଥିରେ ସେହି ଜିଲ୍ଲାମାନଙ୍କୁ ସାମିଲ କରାଯିବ ଯେଉଁଠି ଆୟୁଷମାନ ଭାରତ ରେ ଜଡିତ କୌଣସି ଡାକ୍ତରଖାନା ନାହିଁ | ଏହାସହ ପିପିପି ମଡେଲ ରେ ମେଡିକାଲ କଲେଜ ରୁ ଡାକ୍ତର ନିଯୁକ୍ତି କରାଯିବ | ଏଥିରେ ଗୋଟିଏ ସର୍ତ୍ତ ଅଛି ମେଡିକାଲ କଲେଜ ପାଇଁ ଜମି ରାଜ୍ୟ ସରକାର ଦେବେ | ଏହା ସହ ୨୦୨୪ ପର୍ଯ୍ୟନ୍ତ ସବୁ ଜିଲ୍ଳା ରେ ଖୋଲିବାକୁ ଥିବା ଜନ ଔଷଧି କେନ୍ଦର ରେ ୨୦୦୦ ଔଷଧ ଓ ୩୦୦ ସର୍ଜରୀ ସହ ଜଡିତ ପଦାର୍ଥ ଉପଲବ୍ଧ କରାଯିବ |

୨୦୨୨ ପର୍ଯ୍ୟନ୍ତ ଦେଶର ଦେଢ଼ ଲକ୍ଷ ୱେଲନେସ ସେଣ୍ଟର ଖୋଲିବାକୁ ଯୋଜନା:

ପିଛିଲା ବର୍ଷ ରେ ୮୦ ଲକ୍ଷ ରୁ ଅଧିକ ଗରିବଶ୍ରେଣୀ ଲୋକଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଉଥିବା ଆୟୁଷମାନ ଭାରତ ଓ ୱେଲନେସ ସେଣ୍ଟର ପାଇଁ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା ରେ ୬୪୦୦ କୋଟି ଟଙ୍କା ଦିଆଯାଇଛି | ଏହି ଯୋଜନା ଅନ୍ତର୍ଗତ ରେ ୨୦୨୨ ପର୍ଯ୍ୟନ୍ତ ପୁରା ଦେଶରେ ଦେଢ଼ ଲକ୍ଷ ୱେଲନେସ ସେଣ୍ଟର ଲକ୍ଷ ରଖାଯାଇଛି, ଯେଉଁଥିରେ ଲୋକଙ୍କୁ ସବୁ ରୋଗ ର ମାଗଣା ପରୀକ୍ଷା ଓ ଚିକିତ୍ସା ସୁବିଧା ଉପଲବ୍ଧ ହେବ | ବଜେଟରେ ଆୟୁଷମାନ ଭାରତ ଯୋଜନାରେ ରୋଗୀଙ୍କୁ ଓ ସେମାନଙ୍କ ଚିକିତ୍ସା ଅଙ୍କ ଆର୍ଟିଫିସିଆଲ ଲର୍ଣିଂ (ଏଆଇ) ରେ ବିସ୍ଲେଷଣ କରାଯାଇ ଏହି ରୋଗ ହେବା ପୂର୍ବରୁ ଏହାକୁ ରୋକିବାର ବ୍ୟବସ୍ଥା ବିକଶିତ ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି | ବିତ୍ତମନ୍ତ୍ରୀ ୨୦୨୫ ପର୍ଯ୍ୟନ୍ତ ଟିବିରୁ ସମ୍ପୂର୍ଣ୍ଣ ରୂପେ ଦେଶକୁ ମୁକ୍ତ କରିବା ପାଇଁ ଲକ୍ଷକୁ ଦୋହରାଇଛନ୍ତି |

Leave A Reply

Your email address will not be published.