Latest Odisha News

BREAKING NEWS

ପ୍ରଥମେ ଚାଷୀଙ୍କ ଉପରକୁ ଟେକା ପଥର ମାଡ଼ ବନ୍ଦ କରନ୍ତୁ : ରାକେଶ ଟିକାୟତ

ଗାଜିପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଦେଇଥିବା ବୟାନ ପରେ ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ତାଙ୍କର ଉତ୍ତର ରଖିଛନ୍ତି । ସେ କହିଛନ୍ତି, ସରକାରଙ୍କ ସହ ଆଲୋଚନା ଲାଗି ଆମେ ସବୁ ବେଳେ ସବୁ ସମୟରେ ପ୍ରସ୍ତୁତ । ତେବେ ପ୍ରଥମେ ଚାଷୀଙ୍କ ଉପରକୁ ହେଉଥିବା ଟେକାପଥର ମାଡ ବନ୍ଦ ହେଉ ବୋଲି ସେ କହିଛନ୍ତି ।

ଟିକାୟତ କହିଛନ୍ତି, ଜମ୍ମୁ-କାଶ୍ମୀରରେ ଯେଉଁମାନେ ସେନା ଉପରକୁ ଟେକାପଥର ମାଡ କରୁଥିଲେ ସେମାନେ ଦିଲ୍ଲୀରେ ଚାଷୀଙ୍କ ଉପରେ ଢେଲା ମାଡ କରୁ ନାହାନ୍ତି ତ ? ଏଣୁ ସରକାର ଚାଷୀଙ୍କ ସହ ଆଲୋଚନା ପୂର୍ବରୁ ଟେକାମାଡ କରୁଥିବା ଲୋକଙ୍କ ଯାଞ୍ଚ କରନ୍ତୁ । ଲୋକେ ସେନା ଓ କିଷାନ ଉପରକୁ ଟେକା ପଥର ମାଡ ନ କରନ୍ତୁ ବୋଲି ସତର୍କ କରିଛନ୍ତି ଟିକାୟତ । ନଚେତ ଆଲୋଚନା ହୋଇପାରିବନି ବୋଲି ସେ କହିଛନ୍ତି ।  

ଆଲୋଚନା ମାଧ୍ୟମରେ ସମାଧାନର ରାସ୍ତା ବାହାରିପାରିବ । ତେବେ ଏଥିପାଇଁ ସରକାରଙ୍କୁ ସେପରି ପରିବେଶ ସୃଷ୍ଟି କରିବାକୁ ପଡିବ । କୃଷକ ସମସ୍ୟାର ପ୍ରଧାନମନ୍ତ୍ରୀ ସମାଧାନ କରନ୍ତୁ ଓ ସଭାକୁ ଆସି କିଷାନ ଓ ସେନାକୁ ଗୋଟିଏ ମଞ୍ଚରୁ ସମ୍ବୋଧିତ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.