Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡ଼ିବାର କାରଣ ପଚାରିଲେ ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଆସନ ଛାଡ଼ି ଦେବାର ନିଷ୍ପତ୍ତି କାହିଁକି ନେଲେ ଶୁକ୍ରବାର ଦିନ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ପଚାରିଛନ୍ତି ।

ବରପାଲି ବ୍ଲକରେ ନିର୍ବାଚନ ପ୍ରଚାର କରିବା ପରିପ୍ରେକ୍ଷୀରେ ଗଣମାଧ୍ୟମକୁ ଧର୍ମେନ୍ଦ୍ର କହିଛନ୍ତି, ୨୦୧୮ ଉପ-ନିର୍ବାଚନ ସମୟରେ ବିଜେପୁର ନିର୍ବାଚନ ମଣ୍ଡଳୀରେ ବିକାଶ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ଏପରିକି ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମଧ୍ୟ ଏଠାରୁ ଲଢି ବିଜୟ ହାସଲ କରିଥିଲେ, ମାତ୍ର ସେ ସେହିପରି ପ୍ରତିଶ୍ରୁତି କେବଳ ଦେଇଯାଇଛନ୍ତି ।

“ଦୁର୍ଭାଗ୍ୟଜନକ ରୂପେ, ଏପର୍ଯ୍ୟନ୍ତ ବିଜେପୁର ନିର୍ବାଚନ ମଣ୍ଡଳୀରେ ଆଦୌ ବିକାଶ କାର୍ଯ୍ୟ ଆରମ୍ଭ ହେଲା ନାହିଁ,” ବୋଲି ଅଭିଯୋଗ କରିଛନ୍ତି ଧର୍ମେନ୍ଦ୍ର ।

ବିଜେପୁର ଆସନ ଛାଡ଼ି ଦେଇ ହିଞ୍ଜିଳି ଆସନ ରଖିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରି ସେ ଆହୁରି ମଧ୍ୟ କହିଛନ୍ତି ଯେ, “ସ୍ଥାନୀୟ ବିଜେଡ଼ି ନେତାମାନେ ପଶ୍ଚିମ ଓଡ଼ିଶାର ବିକାଶ ହେବା ଆଶା ରଖି ମୁଖ୍ୟମନ୍ତ୍ରୀଙ୍କୁ ବିଜେପୁର ଆସନରୁ ଲଢିବାକୁ ନିମନ୍ତ୍ରଣ କରିଥିଲେ । ମାତ୍ର, ନିର୍ବାଚନ ଜିତିଜିବା ପରେ ମୁଖ୍ୟମନ୍ତ୍ରୀ ଏହି ଆସନ ଛାଡ଼ିଦେଇଥିଲେ । ଏସମ୍ପର୍କରେ ବିଜେଡ଼ିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କୌଣସି ପ୍ରତିକ୍ରିୟା ଦେଇପାରିବେ କି? ଯାହାଫଳରେ କି ବିଜେପୁରବାସୀ ପୁଣି ଏକ ନିର୍ବାଚନର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇଛନ୍ତି । ଆସନ୍ତା ଅକ୍ଟୋବର ୨୧ ତାରିଖ ଦିନ ଭୋଟରମାନେ ଏହାର ଉଚିତ୍ ଜବାବ ଦେବେ,” ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଉପ-ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନେଇ ଏକ ପ୍ରଶ୍ନର ଉତ୍ତରରେ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାରେ ଏହି ଦଳ ଏକପ୍ରକାର ସତ୍ତା ହରାଇଛି ଏବଂ ଏବେ ବିଜେଡ଼ିର ବି ଟିମ୍ ପରି କାର୍ଯ୍ୟ କରୁଛି ।

Leave A Reply

Your email address will not be published.