Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫସିଲେ ଜିଲ୍ଲା ସଂସ୍କୃତି ଅଧିକାରୀ ଓ ନିର୍ବାହୀ ଯନ୍ତ୍ରୀ

ଢେଙ୍କାନାଳ/ବାଲେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଦିନ ଭିଜିଲାନ୍ସ ଟିମ୍ ଢେଙ୍କାନାଳ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସାହୁଙ୍କ ଘରେ ଚଢାଉ କରିଛି।

ପ୍ରାପ୍ତ ସୂଚନାନୁଯାୟୀ ଏହି ଚଢାଉ ବେଳେ ତାଙ୍କର ସରକାରୀ କ୍ୱାର୍ଟ୍ସ, ଭୁବନେଶ୍ୱରସ୍ଥିତ ଶିଶୁପାଳଗଡ ସ୍ଥିତ ଘର, ଏକ କମ୍ପୁଟର ସେଣ୍ଟର ଓ ବ୍ରହ୍ମପୁରସ୍ଥିତ ଘର ସମେତ ୯ଟି ସ୍ଥାନରେ ଚଢାଉ କରିଛି ।

ଶ୍ରୀ ସ୍ୱାଇଁ ପ୍ରଥମେ ଛତରପୁର ଜିଲ୍ଲା ସଂସ୍କୃତି ଅଧିକାରୀ ରୂପେ କାର୍ଯ୍ୟ କରୁଥିଲେ । ତେବେ ଚଢାଉ ଜାରି ରହିଥିବା ବେଳେ ସମ୍ପତ୍ତିର ତାଲିକା ମିଳିପାରିନାହିଁ ।

ସେହିପରି ଭିଜିଲାନ୍ସ ଟିମ୍ ବାଲେଶ୍ୱରର ଡ୍ରେନେଜ୍ ଡିଭିଜଜର ଯନ୍ତ୍ରୀ ବସନ୍ତ ପଣ୍ଡାଙ୍କ ଘର, ଶଶ୍ୱୁର ଘର, ପୈତୃକ ଘର ଓ ଭୁବନେଶ୍ୱରସ୍ଥିତ ଏକ ଫ୍ଲାଟ୍ ଉପରେ ମଧ୍ୟ ଚଢାଉ କରିଛି ।

Leave A Reply

Your email address will not be published.