Latest Odisha News

BREAKING NEWS

ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଭୁବନେଶ୍ୱର: ରାଉରକେଲା ସ୍ମାର୍ଟସିଟି ପ୍ରକଳ୍ପରେ ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ୍ଚ ନହୋଇ ପଡିରହିଥିବା ଯୋଗୁଁ ଗଭୀର ଚିନ୍ତାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସହରର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଉଭୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ମନ୍ତ୍ରୀ ହରଦୀପ ସିଂହଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ନେଇ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ।

ଆହୁରି ମଧ୍ୟ ସୂଚନା ଅଧିକାର ନିୟମରେ ମିଳିଥିବା ସୂଚନା ଅନୁସାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୧୫-୧୬ ଏବଂ ୨୦୧୭-୧୮ ଆର୍ଥୀକ ବର୍ଷରେ ରାଉରକେଲାର ବିକାଶ ପାଇଁ ୩୭୬ କୋଟି ଟଙ୍କା ଅନୁଦାନ ମିଳିଥିଲେ ମଧ୍ୟ ଏଯାବତ୍ ମାତ୍ର ୨୨.୨୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି ।

ତେବେ ଏହି ଅର୍ଥରୁ କନସଲଟାନ୍ସ ଓ ଦରମା ବାବଦରେ ୧୬.୩୬ କୋଟି ଟଙ୍କା ବ୍ୟୟ ହୋଇଛି । ଉନ୍ନତିକରଣ ପାଇଁ ଅର୍ଥ ବ୍ୟୟବରାଦ ହେଉଥିଲେ ମଧ୍ୟ ତାକୁ ସଠିକ୍ ଭାବେ ଖର୍ଚ୍ଚନକରିବା ଅତ୍ୟନ୍ତ ଚିନ୍ତା ବିଷୟ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.