Latest Odisha News

BREAKING NEWS

ଜାଣନ୍ତୁ, ଓଡ଼ିଶାର ପ୍ରସିଦ୍ଧ ମିଠା ‘ଛେନାପୋଡ଼’ର ଇତିହାସ ଓ ଏହାକୁ ତିଆରି କରିବା ପ୍ରଣାଳୀ

ଭୁବନେଶ୍ୱର: ‘ଛେନାପୋଡ଼’ ନାଁ ଶୁଣିଲେ ପାଟିରେ ପାଣି ଆସିଯାଏ । ପିଲାଠୁ ବୁଢ଼ା ସମସ୍ତେ ଏହାକୁ ଖାଇବାକୁ ବେଶ୍ ପସନ୍ଦ କରନ୍ତି ।

ଏପରି ନାମକରଣର ଅର୍ଥ:

ଏହି ସୁଆଦିଆ ମିଠାର ଜନ୍ମସ୍ଥଳି ଆମ ରାଜ୍ୟ ଓଡିଶା ଅଟେ । ଛେନାପୋଡ଼ର ଆକ୍ଷରିକମାନେ ହେଉଛି ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ ।

ଇତିହାସ:

ଏହା ଓଡ଼ିଶାର ନୟାଗଡ଼ ଜିଲାରେ ବାରଶହ ଶତାବ୍ଦୀରେ ଜନ୍ମ ନେଇଥିବା କୁହଯାଏ । ନୟାଗଡ଼ର ସୁଦର୍ଶନ ସାହୁ ନାମକ ଜଣେ ଗୁଡ଼ିଆ ଦିନେ ରାତିରେ ବଳକା ଛେନାରେ ଗୁଡ଼ ମିଶାଇ ତାହାକୁ ସାରାରାତି ଚୁଲି ଉପରେ ରଖିଦେଇଥିଲେ ଯାହା ତାହା ପର ଦିନ ସକାଳେ ଛେନାପୋଡ଼ର ରୂପ ନେଇଥିଲା । ଏହାପରେ ଧୀରେ ଧୀରେ ଏହା ସାରା ରାଜ୍ୟରେ ଆଦରର ପାତ୍ର ହୋଇପାରିଥିଲା । ଓଡ଼ିଆ ଜାତିର ପ୍ରାଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଛପନ ଭୋଗ ମଧ୍ୟରୁ ଏହା ଅନ୍ୟତମ । ଏବେ ମଧ୍ୟ ସେହିଠାରେ ସୁଦର୍ଶନ ସାହୁଙ୍କ ଦୋକାନ ରହିଛି । ଯାହାକୁ ତାଙ୍କ ବଂଶଜ ମାନେ ଚଳାଉଛନ୍ତି । ବର୍ତ୍ତମାନ ଓମଫେଡ଼ ଏହାର ବିକାଶ ଓ ବାହାରେ ବିକ୍ରି ପାଇଁ ନୂଆ ନୂଆ ଯୋଜନା ମାନ ଆରମ୍ଭ କରିଛି ।

ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ:

ଆବଶ୍ୟକୀୟ ସାମଗ୍ରୀ:

୨ ଛୋଟ ଚାମଚ ଚିପୁଡ଼ା ଛେନା, ୩ ଛୋଟ ଚାମଚ ସୁଜି, ୧୫ ଛୋଟ ଚାମଚ ଚିନି, ୧ କପ କିସମିସ, ୧ କପ କାଜୁ, ଗୁଜୁରାତି ଅଳେଇଚ, ୧ କପ ପାଣି

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଛେନା, ସୁଜି ଓ ଚିନିକୁ ମିଶାଇ ଏକ ବହଳିଆ ମଣ୍ଡ ତିଆରି କରନ୍ତୁ । ଏହାକୁ ଏକ ସରୁ ଫନ୍ଦ ଥିବା ଥାଳିରେ ରଖି ପତ୍ରରେ ଘୋଡ଼ାଇ ନିଆଁରେ ପୋଡ଼ନ୍ତୁ । ଏହା ପରେ ଏହା ଉପରେ ଅଙ୍ଗାର ଆଦି ରଖି ବାଦାମୀ ରଙ୍ଗ ହେବା ଯାଏ ପୋଡି ପ୍ରସ୍ତୁତ କରନ୍ତୁ ‘ପୋଡ଼ପିଠା’ ।

Leave A Reply

Your email address will not be published.