Latest Odisha News

BREAKING NEWS

ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟା; ମନ ମୋହିଲା ଭାରତର ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ

ଭୁବନେଶ୍ୱର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୬ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍‍ଯାପିତ ହୋଇଯାଇଛି।

ଏହି ଅବସରରେ ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟ ପରିବେଶିତ ହୋଇଛି।

ପ୍ରତିବର୍ଷ ପରି ଏବର୍ଷ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଦ୍ୱାରା ପ୍ରଦତ୍ତ ରୁଚି ବୁଦ୍ଧ ସମ୍ମାନ ବିଖ୍ୟାତ ଓଡ଼ିଶୀ ଗୁରୁ ମାୟାଧର ରାଉତ ଏବଂ‎ ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ ବିଖ୍ୟାତ ଓଡ଼ିଶୀ ସଙ୍ଗୀତ ଗାୟକ ଗୁରୁ ଘନଶ୍ୟାମ ପଣ୍ଡା; ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ଶ୍ରୀମତୀ ଅଳକା କାନୁନଗୋ; ଆମେରିକାର

ଆନ୍ତର୍ଜାତିୟ ଔଷଧ ଓ ଛାତି ରୋଗ ବିଶେଷଜ୍ଞ ଡ଼ାକ୍ତର ଦେବୀ ମିଶ୍ର; ଆମେରିକାରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର କରୁଥିବା ଶ୍ରୀଯୁକ୍ତ ନିରଞ୍ଜନ ତ୍ରିପାଠୀ ଓ ଶ୍ରୀମତୀ ସ୍ୱାତି ତ୍ରିପାଠୀ ଏବଂ ପ୍ରସିଦ୍ଧ ଲାଇଟ ଡ଼ିଜାଇନର ଶ୍ରୀଯୁକ୍ତ ଜୟଦେବ ଦାସଙ୍କୁ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଭାରତର ବିଶିଷ୍ଟ ମର୍ଦ୍ଦଳ ବାଦକ ଗୁରୁ ସଚ୍ଚିଦାନନ୍ଦ ଦାସ ଓ ସାଥୀଙ୍କ ଦ୍ୱାରା ମର୍ଦ୍ଦଳ ବାଦନରୁ ।
ସଂଧ୍ୟାର ଦ୍ୱିତୀୟ ପ୍ରସ୍ତୁତିଟି ଥିଲା ରମା ବୈଦନାଥ ଓ ସାଥୀଙ୍କ ଦ୍ୱାରା ଭାରତନାଟ୍ୟମ ନୃତ୍ୟ ।

ଶେଷରେ ପରିବେଷିତ ହୋଇଥିଲା ଭୈଲୀ ପ୍ରିୟା ଯାହା କୃଷ୍ଣ ଭକ୍ତି ଆଧାରିତ ଶୃଙ୍ଗାର ଓ ଭାକ୍ତିକ ଆବେଦନର ମିଶ୍ର ଭାବକୁ ବ୍ୟକ୍ତ କରିଥିଲା ।

ଏହାବ୍ୟତୀତ ବିଭୁଦତ୍ତ ଦାସ ଓ ସାଥୀଙ୍କ ପରିବେଷିତ ମୟୁରଭଞ୍ଜର ଛଉ ନୃତ୍ୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା ।

ତେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସଚିବ ଗୁରୁ ଅରୁଣା ମହାନ୍ତି ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଆର୍ଟ ଭିଜନର ସଚିବ ଗୁରୁ ଇଲିଆନା ସିତାରିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ ଡ଼. ମୃତ୍ତ୍ୟଞ୍ଜୟ ରଥ ଏବଂ ଇତିଶ୍ରୀ ଦେବୀ ।

Comments are closed.