Latest Odisha News

BREAKING NEWS

ଗବର ଶତକରୁ ବଂଚିତ, ଇଂଲଣ୍ଡ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ

ପୁଣେ:ଏଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ସମ୍ମୁଖରେ ୩୧୮ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ୫୦ ଓଭରରେ ୫ ଉଇକେଟ ହରାଇ ୩୧୭ ରନ କରିଥିଲା । ଟସ୍ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ଶିଖର ଧାୱନ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଗବର ବ୍ୟକ୍ତିଗତ ଭାବେ ୯୮ରନ କରି ଅଳ୍ପକେ ଶତକ ହାସଲରୁ ବଂଚିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ କୋହଲି (୫୬), କେଏଲ ରାହୁଲ (୬୨ ନଟଆଉଟ) ଓ କୃଣାଳ ପାଣ୍ଡ୍ୟା (୫୮ ନଟଆଉଟ) ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତ ଶର୍ମା ୨୮, ଶ୍ରେୟାଶ ଆୟାର ୬ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧ରନ କରି ଆଉଟ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୩ଟି ଓ ମାର୍କ ଉଡ ୨ଟି ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.