Latest Odisha News

BREAKING NEWS

୩୩ ଛାତ୍ରଛାତ୍ରୀ ପଜିଟିଭ୍ ପରେ ଢେଙ୍କାନାଳରେ +୨ ଆବାସିକ କଲେଜ ସିଲ୍

ଢେଙ୍କାନାଳ: ଶିକ୍ଷାନୁଷ୍ଠାନରେ ପୁଣି ଚିନ୍ତା ବଢ଼ାଇଛି କରୋନା ସଂକ୍ରମଣ । ୩୩ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ପରେ ଢେଙ୍କାନାଳ ସହରର କୁଞ୍ଜକାନ୍ତ ସ୍ଥିତ ଯୁକ୍ତ ଦୁଇ ଆବାସିକ କଲେଜ ସିଲ୍ । କଲେଜ ସହ ହଷ୍ଟେଲ ବିଲଡିଂକୁ ସିଲ୍ କରିଛି ଢେଙ୍କାନାଳ ପୌର ପ୍ରଶାସନ । ତାଗିଦ ସତ୍ତ୍ୱେ ପିଲାମାନେ ହଷ୍ଟେଲ ଛାଡ଼ିଥିବାରୁ କଲେଜ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ହଷ୍ଟେଲ ଛାଡ଼ିଥିବା ପିଲାମାନଙ୍କୁ ଆଇସୋଲେସନରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

BjdElectrycity

ଗତକାଲି କୁଞ୍ଜକାନ୍ତ ସ୍ଥିତ ଆବାସିକ କଲେଜରୁ ଏକାଥରକେ ୩୩ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ତାରିଖ ଯାଏ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । ଏହି ସମୟରେ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟିଂକ ଜୋରଦାର କରାଯିବ । ୨୬୦ ଜଣଙ୍କର କୋଭିଡ୍ ଟେଷ୍ଟ ହୋଇଥିଲା । ସେଥିରୁ ୨୧୦ ଜଣଙ୍କର ରିପୋର୍ଟ ଆସିଥିଲା । ଯେଉଁଥିରେ ୩୩ ଜଣ ସଂକ୍ରମିତ ବାହାରିଛନ୍ତି ।

Leave A Reply

Your email address will not be published.