Latest Odisha News

BREAKING NEWS

‘କେଦାରନାଥ‘ ଟ୍ରେଲର ରିଲିଜ, ଦମଦାର ଲୁକରେ ସୁନ୍ଦରୀ ସାରା ଅଲ୍ଲୀ ଖାନ

ଭୁବନେଶ୍ୱର : ସୁନ୍ଦରୀ ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଫିଲ୍ମ ‘କେଦାରନାଥ‘ର ଟ୍ରେଲର ରିଲିଜ ପରେ ସୋସିଆଲ ମିଡିଆରେ ଧମାଲ କରୁଛି ।

ଏହି ଫିଲ୍ମରେ ସାରାଙ୍କ ସହ ସୁଶାନ୍ତ ସିଂହ ରାଜପୁତ ମଧ୍ୟ ନଜର ଆସୁଛନ୍ତି । ମାତ୍ର କେଇ ମିନିଟର ଟ୍ରେଲରର ଏକ ଦୃଶ୍ୟରେ ପ୍ରକୃତିର ଧ୍ୱଂସ ଲୀଳା ଦେଖିବାକୁ ମିଳବ,ଯେଉଁଥରେ କେଦାରନାଥ ଧାମ ବୁଡି ଯାଉଥିବାର ଦେଖାଯାଇଛି ।

ନିକଟରେ ବଲିଉଡରେ ଷ୍ଟାର କିଡ୍ ଭାବେ ଶ୍ରୀଦେବୀ ତନୟା ଜାହ୍ନବୀ କପୁର ଡେବ୍ୟୁ କରି ବଲିଉଡରେ କମାଲ କରୁଥିବାବେଳେ ସୈଫ ଅଲ୍ଲୀ ଖାନ୍ ଓ ଅମୃତାଙ୍କ କନ୍ୟା ସାରାଙ୍କ ଡେବ୍ୟୁ ‘କେଦାରନାଥ‘ ଉପରେ ସମସ୍ତଙ୍କ ନଜର ରହିଛି ।

 

ଶୁଣାକଥା ଅନୁସାରେ ସାରା ‘କେଦାରନାଥ‘ର ସୁଟିଂ କରୁ କରୁ ତାଙ୍କୁ ଆଉ ଏକ ଫିଲ୍ମରୁ ଅଫର ମିଳିଛି । ରୋହିତ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମଧ୍ୟ ନଜର ଆସିବେ ଏବଂ ସେ ପୁଣି ରଣବୀର ସିଂଙ୍କ ବିପକ୍ଷରେ ।

ନିକଟରେ ଏହି ଫିଲ୍ମର ରିଲିଜ ହୋଇଥିବା ଟିଜରକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଗତକାଲି ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଅଭିଷେକ କପୁରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଆସନ୍ତା ଡିସେମ୍ବର ମାସ ୭ ତାରିଖରେ ରିଲିଜ ହେବାକୁ ଯାଉଛି ।

Leave A Reply

Your email address will not be published.