Latest Odisha News

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା

ଭୁବନେଶ୍ୱର : ରାଜ୍ୟର ପ୍ରାୟ ୯ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରବିବାର ଦିନ ପୂର୍ବାନୁମାନ କରାଯାଇଛି ।

ଜିଲ୍ଲାଗୁଡିକ ମଧ୍ୟରେ ମୟୁରଭଞ୍ଜ, ସୁନ୍ଦରଗଡ, ମାଲକାନଗିରି, କେନ୍ଦୁଝର, କୋରାପୁଟ, ଗଜପତି, ରାୟଗଡା, ନୂଆପଡା ଓ ବଲାଙ୍ଗିର ଆଦି ରହିଛି ।

ଏହିସବୁ ଜିଲ୍ଲା ଗୁଡିକରେ ରାତି ୮ଟା ଯାଏଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ୩୦ରୁ ୪୦ କିମି.ବେଗରେ ପବନ ବହିବା ସହ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି ।

Leave A Reply

Your email address will not be published.