Latest Odisha News

ଦୋକାନୀଙ୍କ ଅଜବ ନିୟମ: ଆଧାର କାର୍ଡ ବିନା ମିଳିବନି ଗୁପ୍‌ଚୁପ୍ ,କେବଳ ପୁରୁଷଙ୍କୁ ଖାଇବାକୁ ମିଳେ ଅନୁମତି

ସାଧାରଣତଃ ଅଧିକାଂଶ ଲୋକ ଷ୍ଟ୍ରିଟ୍ ଫୁଡ଼୍‌କୁ ପସନ୍ଦ କରିଥାନ୍ତି । ସେଥିମଧ୍ୟରୁ ଗୁପ୍‌ଚୁପ୍‌କୁ ମହିଳାମାନେ ଅଧିକ ପସନ୍ଦ କରିଥାନ୍ତି । କିନ୍ତୁ ଏହା ନୁହେଁ ଯେ ପୁଅମାନେ ଏହାର ସ୍ୱାଦ ପସନ୍ଦ କରନ୍ତି ନାହିଁ । ସେମାନେ ବି ପସନ୍ଦ କରନ୍ତି । ଆଉ କିଛି ଦୋକାନୀଙ୍କ ଗୁପ୍‌ଚୁପ୍ ସ୍ୱତନ୍ତ୍ର ହୋଇଥାଏ, ସେଥିଲାଗି ବହୁ ଦୂରରୁ ଲୋକେ ଆସି ମଧ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏବେ ଏକ ଗୁୁପ୍‌ଚୁପ୍ ଦୋକାନୀ ନୂଆ ନିୟମ କରିଛନ୍ତି, ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ନିୟମଟି ହେଲା ଆଧାରକାର୍ଡ଼ ଦେଖାଅ,ଗୁପ୍‌ଚୁପ୍ ଖାଅ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି ।

ଭାଇରାଲ ହେଉଥିବା ଭିଡିଓରେ, ଜଣେ ଦୋକାନୀ ଗୁପ୍‌ଚୁପ୍ ଠେଲା ଲଗାଇଛନ୍ତି । ଦୋକାନ ଆଗରେ ଏକ ବଡ଼ ହୋଡ଼ିଂ ବି ଲଗାଇଛନ୍ତି । ଯେଉଁଥିରେ ଉଲ୍ଲେଖ କରିଛନ୍ତି ଯେ, ୬ ଟି ଗୁପଚୁପ୍‌ର ଦାମ ୨୦ ଟଙ୍କା । ଏଠାରେ କେବଳ ପୁରୁଷମାନଙ୍କୁ ଗୁପ୍‌ଚୁପ୍ ଖାଇବାକୁ ଦିଆଯାଇଥାଏ । ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଏଠାରେ ଗୁପ୍‌ଚୁପ୍ ଖାଇବାର ଅନୁମତି ନାହିଁ । କେବଳ ଏତିକି ନୁହେଁ, ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଆଧାରକାର୍ଡ଼ ନ ଦେଖାଇଲେ ଏଠାରେ ଗୁପଚୁପ୍ ମିଳେନାହି
। ତଥାପି ଏଠାରେ ଗୁପ୍‌ଚୁପ୍ ଖାଇବାକୁ ପ୍ରବଳ ଭିଡ଼ ଜମେ । ଏହି ଗୁପ୍‌ଚୁପ୍ ଖାଇଲେ ମଧୁମେହ ରୋଗକୁୁ ଭଲ କରିବ ବୋଲି ଦାବି କରୁଛନ୍ତି ଦୋକାନୀ ଜଣକ ।

ଭିଡ଼ିଓରେ ଦେଖିବାକୁ ମିଳିଛି ଦୋକାନୀ ଜଣକ ଯେପରି ପାଣିରେ ମସଲା ଲଗାଉଛନ୍ତି ,ଏହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଭିଡ଼ିଓକୁ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । କିଛି ଉପଭୋକ୍ତା ଲେଖିଛନ୍ତି – ଯଦି ଆପଣ ମରିବାକୁ ଚାହାଁନ୍ତି ତେବେ ଏହାକୁ ଖାଆନ୍ତୁ । ଆଉ ଜଣେ ଉପଭୋକ୍ତା ଲେଖିଛନ୍ତି – ଏହା ପେଟକୁ ସଫା କରିବ ନାହିଁ କିନ୍ତୁ ପୁରୁଷଙ୍କୁ ପୁରା ସଫା କରିଦେବ ।

Leave A Reply

Your email address will not be published.