Latest Odisha News

BREAKING NEWS

ଧୋନୀ ପୂନର୍ବାର ହୋଇ ପାରନ୍ତି ଚେନ୍ନାଇ ଅଧିନାୟକ

ଚେନ୍ନାଇ: ମହେନ୍ଦ୍ର ସିଂ ଧୋନୀ ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଇ ପାରନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ଧୋନୀ ଦଳର ନେତୃତ୍ୱ ନେବା ସମ୍ଭାବନା ରହିଛି । ନିୟମିତ ଅଧିନାୟକ ରିତୁରାଜ ଗାଏକ୍ୱାଡ ଆଘାତପ୍ରାପ୍ତ ଅଛନ୍ତି । ସେ ଶନିବାର ହେବାକୁ ଥିବା ଦିଲ୍ଲୀ ବିପକ୍ଷ ମ୍ୟାଚରେ ଖେଳିବା ନେଇ ସଂଶୟ ରହିଛି । ଯଦି ସେ ନ ଖେଳିବେ ତେବେ ଧୋନୀ ଅଧିନାୟକ ତୁଲାଇବା ନେଇ ଚର୍ଚ୍ଚା ହେଉଛି । ଯଦି ଧୋନୀ ମନା କରିବେ ତେବେ ରବୀନ୍ଦ୍ର ଜାଡେଜାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇପାରେ ।

ମୂଖ୍ୟ କୋଚ ମାଇକେଲ ହସୀ ସ୍ପଷ୍ଟ ଭାବେ କହିଛନ୍ତି ଯେ, ପ୍ରଥମେ ରିତୁରାଜ ମ୍ୟାଚ ଫିଟ ଅଛନ୍ତି ନି ନାହିଁ ତାହା ସ୍ପଷ୍ଟ ହେବା ପରେ ପରର୍ବତୀ ପଦକ୍ଷେପ ଗ୍ରହଣ କରାଯିବ । ଆଗକୁ ଆକଳନ କରିବା ଠିକ ହେବନି । ସୂଚନାଯୋଗ୍ୟ, ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ହାସଲ କରିଛି । ୨୦୨୩ରେ ଗୁଜରାଟକୁ ହରାଇ ଚେନ୍ନାଇ ଟାଇଟଲ ହାସଲ କରିଥିଲା । ୨୦୨୪ରେ ରିତୁରାଜଙ୍କୁ ଚେନ୍ନାଇ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଦଳ ପ୍ଲେଅଫରେ ପ୍ରବେଶ କରିପାରି ନ ଥିଲା । ଚଳିତ ସଂସ୍କରଣରେ ଚେନ୍ନାଇ ୩ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚ ଜିତିଛି ।

Comments are closed.