Latest Odisha News

BREAKING NEWS

ଚହଲ୍ ଓ ଧନଶ୍ରୀଙ୍କୁ କି ଉପହାର ଦେଲେ ଧୋନୀ ?

ଭୁବନେଶ୍ୱର: ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା । ଡିସେମ୍ବର ୨୨ରେ ଦୁହିଁଙ୍କ ବିବାହ ଖୁବ ଚର୍ଚ୍ଚା ସାଉଣ୍ଟିଥିଲା । ବିବାହ ଓ ବିବାହ ପୂର୍ବର ଫଟୋ ଓ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହୋଇଥିଲା । ବିବାହ ପରେ ଚହଲ ଓ ଧନଶ୍ରୀ ହନିମୁନ ପାଇଁ ଦୁବାଇରେ ପହଂଚିଥିଲେ । ହେଲେ ସେଠାରେ ଧୋନୀ ଓ ସାକ୍ଷୀ ନବବିବାହିତ ଦମ୍ପତ୍ତିଙ୍କୁ ଦେଇଥିଲେ ସରପ୍ରାଇଜ ଗିଫ୍ଟ ।

ଆଇପିଏଲ ପରଠୁ ଧୋନୀ ନିଜ ପରିବାର ସହ ଦୁବାଇରେ ଛୁଟି ମନାଉଛନ୍ତି । ଏହି ଅବସରରେ ସେମାନେ ଚହଲ ଓ ଧନଶ୍ରୀଙ୍କୁ ଡିନର ପାଇଁ ଆମନ୍ତ୍ରଣ କରିଥିଲେ । ଉଭୟ ଧୋନୀ ଓ ଚହଲ ନିଜ ପରିବାର ସହ ଏକାଠି ବେଶ କିଛି ସମୟ ଅତିବାହିତ କରିଥିଲେ । ଏ ନେଇ ଖୋଦ ଚହଲ ଓ ଧନଶ୍ରୀ ସୋସିଆଲ ମିଡିଆରେ ଫଟୋ ସେୟାର କରି ଜଣାଇଥିଲେ ।

Leave A Reply

Your email address will not be published.