Latest Odisha News

BREAKING NEWS

ଓଡିଶା କ୍ରୀଡା ୨୦୨୦: ଦୂତିଙ୍କ ଅର୍ଜୁନଠାରୁ ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ବିନା ଦର୍ଶକ କରତାଳିରେ ଖେଳର ମାହୋଲ ଫିକା ପଡି ଯାଇଥିଲା । ତଥାପି ଏହି ଘଡିସନ୍ଧି ମୂହର୍ତ ମଧ୍ୟରେ ଓଡିଶା କ୍ରୀଡାରେ ଅନେକ ଘଟଣା ଘଟିଯାଇଛି । ଆସନ୍ତୁ ନଜର ପକାଇବା କ୍ରୀଡା ଫର୍ଦ୍ଦ ଉପରେ..
ରାଉରକେଲାରେ ସର୍ବ ବୃହତ ହକି ଷ୍ଟାଡିୟମ: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ ଭାରତର ସବୁଠାରୁ ବଡ ହକି ଷ୍ଟାଡିୟମ କରାଯିବ ବୋଲି ଘୋଷଣା କରିଛନ୍ତି । ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକନୋଲୋଜିର ୧୫ ଏକର ଜାଗାରେ ଏହା ନିର୍ମିତ ହେବ । ଏହା ବ୍ୟତୀତ ହକି ବିଶ୍ୱକପ ୨୦୨୩ ପାଇଁ କଳିଙ୍ଗ ଷ୍ଟାଡିୟମର ନବୀକରଣ କରାଯିବ । ରାଜ୍ୟ ସରକାର,ଏଫଆଇଏଚ, ହକି ଇଣ୍ଡିଆ, ଯୁବ ଓ କ୍ରୀଡା ପ୍ରାଧୀକରଣ ବିଭାଗ ଏହାର ସମୀକ୍ଷା କରିଛନ୍ତି ।

ଭାରତ ରଗବୀ ଟିମର ପ୍ରାୟୋଜକ ହେଲା ଓଡିଶା: ଭାରତୀୟ ରଗବୀ ଫୁଟବଲ ୟୁନିୟନର ପ୍ରାୟୋଜକ ଓଡିଶା ହେଇଛି । ଆସନ୍ତା ୩ ବର୍ଷ ପାଇଁ ରାଜ୍ୟ ସରକାର ଓ ଆଇଆରଏଫୟୁ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ଦୂତିଙ୍କୁ ଅର୍ଜୁନ ପୁରସ୍କାର: ଓଡିଶାର ଷ୍ଟାର ଧାବିକା ଦୂତି ଚାନ୍ଦ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଦୂତି ରାଜ୍ୟର ୯ମ ଖେଳାଳି ଓ ୪ର୍ଥ ମହିଳା ଭାବେ ଏହି ସମ୍ମାନର ହକଦାର ହୋଇଛନ୍ତି ।
କୋଭିଡ ଯୋଦ୍ଧା ନୀଳାଚଳଙ୍କୁ ଜର୍ସି ଦେଲେ ମୋରିସ: ଦକ୍ଷିଣ ଆଫ୍ରିକା କ୍ରିକେଟର ତଥା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର କ୍ରିସ ମୋରିସ ପର୍ବତାରୋହୀ ନୀଳାଚଳ ପରିଡାଙ୍କୁ ନିଜ ଜର୍ସି ଦେଇ ସମ୍ମାନିତ କରିଛନ୍ତି । ନୀଳାଚଳଙ୍କୁ ସେ କୋଭିଡ ଯୋଦ୍ଧା ଭାବେ ସମ୍ବୋଦ୍ଧିତ କରିଥିଲେ । ଏପରି କି ମୋରିସ ସାମୟିକ ଭାବେ ତାଙ୍କ ଟୁଇଟର ଆକଂଉଟରେ ନୀଳାଚଳ ପରିଡା ଲେଖିଥିଲେ ।ଅନୁରାଗଙ୍କୁ ବୋଲ୍ଡ କଲେ ସ୍ୱୀକୃତି: ଓଡିଶାର ବାମହାତୀ ବ୍ୟାଟ୍ସମ୍ୟାନ ଅନୁରାଗ ଷଡଙ୍ଗୀ ଚଳିତ ବର୍ଷ ସ୍ୱୀକୃତି ମହାନ୍ତିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ସ୍ୱୀକୃତି ଏୟାର ହଷ୍ଟେସ ଥିଲେ ।
ନମିତାଙ୍କୁ ଏକଲବ୍ୟ ପୁରସ୍କାର:
ଭାରତୀୟ ମହିଳା ହକି ଦଳର ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ଭାରୋତୋଳିକା ସ୍ନେହା ସୋରେନ ଓ ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି ।ଚେସରେ ପଦ୍ମୀନୀଙ୍କ ସଫଳତା: ଏସୀୟ ନେସନ୍ସ ମହିଳା ଦଳଗତ ବିଭାଗରେ ପଦ୍ମିନୀ ରାଉତଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ମୁମ୍ବାଇ ଆନ୍ତର୍ଜାତୀୟ ଚେସ୍ ବ୍ଲିଜରେ ୟାଶିତା ରାଉତ ରୌପ୍ୟ ପଦକ ଜିତିଥିଲେ ।
ଟେନିସରେ ଦେବାଶିଷ ଚମକିଲେ: ସୁପର ସିରିଜ ଟେନିସରେ ଓଡିଆ ପୁଅ ଦେବାଶଷ ସାହୁ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ସେ ୨ଥର ଚାମ୍ପିୟନ ଓ ୨ଥର ରନର୍ସଅପ ହୋଇଥିଲେ । ଆଇଟା ସିରିଜରେ ପ୍ରତ୍ୟୁଷ ମହାନ୍ତି ବିଜେତା ହୋଇଥିଲେ ।
ଖେଲୋ ଇଣ୍ଡିଆ ସଫଳତା: ଗୌହାଟୀରେ ଅନୁଷ୍ଠିତ ଖେଲୋ ଇଣ୍ଡିଆରେ ଓଡିଶା ଖେଳାଳି ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିଲେ । ସାଇକ୍ଲିଷ୍ଟ ସ୍ୱସ୍ତି ସିଂ ୨ ସ୍ୱର୍ଣ୍ଣ ୧ ରୌପ୍ୟ ସହ ଉପ ବିଜେତା ହୋଇଥିଲେ ।
ଫୁଟବଲରେ ଧସେଇ ପସିଲେ ଆଶୀର୍ବାଦ: ବିବାଦୀୟ ଆଶୀର୍ବାଦ ବେହେରା କ୍ରିକେଟ ଓ ଅଲିମ୍ପିକ ସଂଘରୁ ବିଦା ହୋଇଥିଲେ ମଧ୍ୟ ଫୁଟବଲ ମାଧ୍ୟମରେ ପ୍ରତ୍ୟାବର୍ତନ କରିଛନ୍ତି । ଫାଓର ସମ୍ପାଦକ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଏଥର ଫାଓରେ ବାପ-ପୁଅଙ୍କ ରାଜୁତି ଚାଲିବ ।ଅନ୍ତର୍ଜାତୀୟ କ୍ରୀଡାକୁ ଅଲବିଦା କହିଲେ ସୁନୀତା, ପ୍ରଜ୍ଞାନ: ହକି ଅଲିମ୍ପିଆନ୍ ସୁନୀତ ଲାକ୍ରା ଓ ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା ଅନ୍ତର୍ଜାତୀୟ ପ୍ରତିଯୋଗିତାରୁ ଅବସର ଘୋଷଣା କରିଛନ୍ତି ।
ଆରପାରିରେ: ସିପକଟାକ୍ରୋ ଖେଳାଳି ମୁନା ବାରିକ, ଅଭିଜ୍ଞ ଖେଳାଳି ଗାବ୍ରିଏଲ ଖାଖା, ଫୁଟବଲର ସୁବାସ ବୋଷ ଓ ବାସ୍କେଟବଲ ଖେଳାଳି ନିରଞ୍ଜନ ବେହେରାଙ୍କୁ ୨୦୨୦ରେ ଆମମାନଙ୍କୁ ଛାଡି ଚାଲି ଯାଇଛନ୍ତି ।

Leave A Reply

Your email address will not be published.