Latest Odisha News

BREAKING NEWS

ସଫଳ ହେଲା ଧୋନୀଙ୍କ ଅସ୍ତ୍ରୋପଚାର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ୨୦୨୩ ସଂସ୍କରଣରେ ଗୂଜରାଟ ଟାଇଟନ୍ସକୁ ହରାଇ ଚେନ୍ନାଇ ସୁପର କିଙ୍ଗସ ଚାମ୍ପିୟନ ହୋଇଛି । ଏହା ପରେ ପୁନର୍ବାର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱ ଦକ୍ଷତାକୁ ପ୍ରଶଂସା କରାଯାଉଛି । ଆଘାତ ସମସ୍ୟାରେ ପଡିଥିବା ଧୋନୀ ବ୍ୟାଟରେ ସେ ଭଳି କିଛି କମାଲ କରି ନ ଥିବା ବେଳେ ତାଙ୍କ ବଳିଷ୍ଠ ନେତୃତ୍ୱ ଦଳକୁ ବିଜୟୀ କରାଇଥିଲା । ଧୋନୀଙ୍କ ଆଂଠୁରେ ଏବେ ଅସ୍ତ୍ରୋପଚାର କରାଯାଇଛି । ଏହା ସଫଳ ହୋଇଥିବା ଚିକିତ୍ସା କରିଥିବା ଡାକ୍ତର କହିଛନ୍ତି । ମୁମ୍ବାଇର କୋଳିକାବେନ ହସ୍ପିଟାଲରେ ତାଙ୍କ ଆଂଠୁରେ ଅପରେଶନ କରାଯାଇଥିଲା । ସେ ମେ ୩୧ରେ ଏଠାକୁ ଆସିଥିଲେ । ସୂଚନାଯୋଗ୍ୟ, ରିଷଭ ପନ୍ତଙ୍କ ଅସ୍ତ୍ରୋପଚାର କରିଥିବା ଦିନଶା ପରଦିୱାଲା ଧୋନୀଙ୍କ ଅପେରଶନ କରିଥିଲେ ।

ମାର୍ଚ୍ଚ ୩୧ରେ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ ମ୍ୟାଚ ଅବସରରେ ଧୋନୀ ଆଘାତପ୍ରାପ୍ତ ହୋଇଥିଲେ । ତାଙ୍କ ଖେଳିବା ନେଇ ସଂଶୟ ରହିଥିଲେ ମଧ୍ୟ ସେ ଚେନ୍ନାଇ ପକ୍ଷରୁ ପ୍ରାୟ ସମସ୍ତ ମ୍ୟାଚରେ ଖେଳିଥିଲେ । ଧୋନୀଙ୍କ ଅପରେଶନ ସଫଳ ହେବା ନେଇ ପ୍ରଶଂସକମାନେ ଖୁସି ହୋଇ ପଡିଛନ୍ତି । ଫାଇନାଲ ପରେ ଧୋନୀଙ୍କ ଅବସର ନେଇ ଆଲୋଚନା ହେଉଥିବା ବେଳେ ସେ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ।

Comments are closed.