Latest Odisha News

BREAKING NEWS

‘ତେଲେଙ୍ଗାନା ରାଜନୀତି’, କେସିଆରଙ୍କୁ ବ୍ରାହ୍ମଣ ଭରସା !

ଭୁବନେଶ୍ୱର: ଆଗକୁ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଥିବାରୁ ପ୍ରମୁଖ ରାଜନୈତିକ ଦଳ ତତ୍ପର ହୋଇଉଠିଛନ୍ତି। ଏହି କ୍ରମରେ ରାଜ୍ୟର ଶାସକ ଦଳ ବିଆରଏସ ହିନ୍ଦୁତ୍ୱ କାର୍ଡ ଖେଳିବା ଆରମ୍ଭ କରିଛି।

ରାଜ୍ୟରେ ବ୍ରାହ୍ମଣ ମାନଙ୍କୁ ଫୋକସ କରିଛି ଦଳ। ରାଜ୍ୟରେ ଏକ ବ୍ରାହ୍ମଣ ସଦନ ଉଦଘାଟନ ଅବସରରେ ବିଆରଏସ ମୁଖ୍ୟ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ବ୍ରାହ୍ମଣ ସମାଜକୁ ପ୍ରଶଂସା କରିଛନ୍ତି।

ରାଜ୍ୟରେ ବ୍ରାହ୍ମଣଙ୍କ ଇଛା ପୂରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ଗରିବ ବ୍ରାହ୍ମଣ ପରିବାରର ଶିକ୍ଷାର ବିକାଶ ପାଇଁ ସରକାର ବହୁ କଲ୍ୟାଣକାରୀ ଯୋଜନା ହାତକୁ ନେଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ସମାଜରେ ବ୍ରାହ୍ମଣଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କ ପ୍ରଗତି ନିତ୍ୟାନ୍ତ ଆବଶ୍ୟକ ବୋଲି କୁହାଯାଇଛି। ଏପରିକି ବିପ୍ର ସଦନ ସାରା ଦେଶରେ ସ୍ୱତନ୍ତ୍ର ଏବଂ ଅନନ୍ୟ ବୋଲି ସେ କହିଛନ୍ତି।

ବ୍ରାହ୍ମଣ ସମାଜର ପ୍ରଗତି ପାଇଁ ତେଲେଙ୍ଗାନା ସରକାର ବାର୍ଷିକ ୧୦୦ କୋଟି ଟଙ୍କା ବ୍ୟୟବରାଦ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୨ କୋଟି ଟଙ୍କା ଖର୍ଚ୍ଚରେ ୯ ଏକର ଜାଗା ଉପରେ କରାଯାଇଥିବା ବିପ୍ର ସଦନ ସନାତନ ସଂସ୍କୃତିର ବିକାଶ ଓ ସଂରକ୍ଷଣ କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

ରାଜ୍ୟର ଅନ୍ୟଆଡ଼େ ମଧ୍ୟ ବ୍ରାହ୍ମଣ ସଦନ ତିଆରି କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏପରିକି ବ୍ରାହ୍ମଣ ବର୍ଗଙ୍କ ପାଇଁ ଆହୁରି ବହୁ ଯୋଜନା କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ଦେଶରେ ହିନ୍ଦୁତ୍ୱ ପ୍ରସଙ୍ଗକୁ ନେଇ ବିଜେପି ବେଶ ଲାଭ ପାଉଥିବା କୁହାଯାଉଥିବା ବେଳେ କଂଗ୍ରେସ ମଧ୍ୟ ହିନ୍ଦୁତ୍ୱ ପ୍ରସଙ୍ଗକୁ ବ୍ୟାପକ ଭାବେ ବ୍ୟବହାର କରୁଛି। ଏପରିକି ଏହାର ପ୍ରତିଫଳନ କର୍ଣ୍ଣାଟକରେ ମଧ୍ୟ ଦେଖିବାକୁ ମିଳିଛି। ସେପଟେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ମଧ୍ୟ ଏହି ଫର୍ମୁଲା ଆପଣାଇଛି।

ଏଭଳି ସ୍ଥିତିରେ ହିନ୍ଦୁ ଧର୍ମରେ ପୂଜକଙ୍କୁ ବିଶେଷ ଗୁରୁତ୍ୱ ଓ ସମ୍ମାନ ଦିଆଯାଏ। ଏପରିକି ବ୍ରାହ୍ମଣ ମାନଙ୍କୁ ଭଗବାନଙ୍କ ପ୍ରତିନିଧି ବୋଲି କୁହାଯାଏ। ତେଣୁ ତେଲେଙ୍ଗାନାରେ ବିଆରଏସ ସ୍ଥିତିକୁ ଦେଖି ଏଭଳି କାର୍ଡ ଖେଳିଥିବା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.