Latest Odisha News

ଧୋନୀଙ୍କ ଶାଶୁ ଚଳାଉଛନ୍ତି ୮୦୦ କୋଟି ଟଙ୍କାର କମ୍ପାନୀ

ନୂଆଦିଲ୍ଲୀ: ରାଂଚୀ ପରି ଏକ ଛୋଟ ସହରରୁ ଆସି ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଦୁନିଆରେ ରାଜ କରିବା ପରେ ଏବେ ସାଜିଛନ୍ତି ବ୍ୟବସାୟୀ । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଭିନ୍ନ ଭିନ୍ନ ବ୍ୟବସାୟରେ ନିବେଶ କରିଛନ୍ତି । ଏହା ମଧ୍ୟରେ ଧୋନୀ ଏଂଟରଟେନମେଂଟ ଲିମିଟେଡ ଅନ୍ୟତମ । ଧୋନୀଙ୍କ ଶାଶୂ ଶୀଲା ସିଂ ଏହାକୁ ସମ୍ଭାଳୁଛନ୍ତି । ସାକ୍ଷୀ ଏବଂ ତାଙ୍କ ମାଆ ୨୦୨୦ ପରଠାରୁ କମ୍ପାନୀକୁ ଚଳାଉଛନ୍ତି । ଅବଶ୍ୟ ବିଧିବଦ୍ଧ ଭାବେ ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ତେବେ ଶୀଲା ସିଂ କମ୍ପାନୀ ସମ୍ପର୍କୀତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଜେ ନେଉଛନ୍ତି । ୪ ବର୍ଷ ମଧ୍ୟରେ ଏହି କମ୍ପାନୀ ୮୦୦ କୋଟି ଟଙ୍କା ଛୁଇଁ ସାରିଛି ।

ସୂଚନାଯୋଗ୍ୟ, ଧୋନୀଙ୍କ ବିଜନେସ ପାର୍ଟନର ହେଉଛନ୍ତି ସାକ୍ଷୀ । ସେମାନଙ୍କ ସମ୍ପତି ଏବେ ୧୦୦୦ କୋଟିରୁ ଊର୍ଦ୍ଧ୍ୱ ହୋଇସାରିଛି । ପୂର୍ବରୁ ହୋଟେଲ ଇଣ୍ଡଷ୍ଟ୍ରିରେ ସାକ୍ଷୀଙ୍କ ଅନୂଭବ ଥିଲା । ଏହା ବ୍ୟତୀତ ସେ ରାଂଚୀର ରେଜ ହକି କ୍ଲବର ମାଲିକ ଅଛନ୍ତି । ଇନଷ୍ଟାଗ୍ରାମରେ ତାଙ୍କର ୪.୮ ମିଲିୟନ ଫଲୋର୍ସ ଅଛନ୍ତି ।

Leave A Reply

Your email address will not be published.