Latest Odisha News

BREAKING NEWS

ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ

ଭୁବନେଶ୍ୱର: ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ । ବିଜେଡି ସରକାର ବିରୋଧରେ ନିର୍ବାଚନ ଅଧିକାରୀଙ୍କ ଆଗରେ ଅଭିଯୋଗ କଲା ବିଜେପି । ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେପି ପ୍ରତିନିଧିମଣ୍ଡଳୀ ।

ଆଜି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ବିଜେପି ପ୍ରତିନିଧିମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି । ଏହି ସମୟରେ ଦଳ ଅଭିଯୋଗ କରିଛିଯେ, ଓଡିଶାରେ ମୁକ୍ତ, ଅବାଧ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖକୁ ତଥ୍ୟ ପ୍ରମାଣ ସହ ଅଭିଯୋଗ ନେଇ ଆସୁଛି । ଶାସକ ବିଜୁ ଜନତା ଦଳ ମୁକ୍ତ ଓ ଅବାଧ ନିର୍ବାଚନରେ ବ୍ୟାଘାତ ସୃଷ୍ଟି କରୁଛି । “ଡେମୋକ୍ରେଟିକ ସରକାରକୁ ବ୍ୟୁରୋକ୍ରାଟିକ କରିସାରିଲେଣି ବିଜୁ ଜନତା ଦଳ । ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀଙ୍କ ନାଁରେ ଅଭିଯୋଗ ଆସିବା କ୍ଷଣି ଚିହିଁକି ଉଠୁଛି ଶାସକ ବିଜେଡି । କତିପେୟ ଅଧିକାରୀ ଥାର୍ଡ ଫ୍ଲୋରର ନିର୍ଦ୍ଦେଶରେ ବେଆଇନ କାର୍ଯ୍ୟ କରୁଛନ୍ତି ।

ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ବିଷମକଟକ ନିର୍ବାଚନ ମଣ୍ଡଳୀ ପ୍ରଚାର ପାଇଁ ଯାଇଥିବା ଆଇନମନ୍ତ୍ରୀ ଜଗନ୍ନାଥ ସରକାଙ୍କୁ ସାଧାରଣ ଭୋଟର ଜଳ ସମସ୍ୟା ପାଇଁ ପ୍ରଶ୍ନ କରିଥିଲେ । ଏହି ସମୟରେ ମନ୍ତ୍ରୀଙ୍କ ସହ ଥିବା କିଛି ଅସାମାଜିକ ବ୍ୟକ୍ତି ସାଧାରଣ ଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହ ଅମାନୁଷିକଭାବେ ଆକ୍ରମଣ କରିଥିଲେ ଓ ଏହାକୁ ମନ୍ତ୍ରୀ ନିରବଭାବେ ଦେଖିବା ସହ ଘଟଣାକୁ ଉପଭୋଗ କରିଥିଲେ । ଆକ୍ରମଣର ଶିକାର ହୋଇଥିବା ରେକୃଷ୍ଣ ବେହେରା ଓ ହରେନ୍ଦ୍ର ଗୌଡ ଥାନାରେ ୫ଦିନ ପୂର୍ବେ ଏତଲା ରୁଜୁ କରିଥିଲେ ମଧ୍ୟ ଏଯାଏଁ ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଅଭିଯୋଗ କରିଛି ଦଳ ।

ତେଣୁ ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ, ଆକ୍ରମଣକାରୀ ତଥା ଏତଲା ସତ୍ତ୍ବେ ଅପରାଧୀଙ୍କ ବିରୋଧରେ ପଦକ୍ଷେପ ଗ୍ରହଣ କରିନଥିବା ପୋଲିସ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ଦେଇଛି ବିଜେପି ପ୍ରତିନିଧିମଣ୍ଡଳୀ ।

ଏହାସହ ରାଜ୍ୟରେ ଏବେ ବି ଲୋକେ ପାଣି ପିଇବା ପାଇଁ ଚୁଆ ଓ କୂଅ ଉପରେ ନିର୍ଭର କରୁଛନ୍ତି । ସାଧାରଣ ଜନତା ପାଣି ସମସ୍ୟା ସମ୍ପର୍କରେ ଯେବେ ମୁହଁ ଖୋଲୁଛନ୍ତି ବିଜେଡିର କିଛି ମୁଷ୍ଟିମେୟ ବ୍ୟକ୍ତି ସେମାନଙ୍କୁ ବିରୋଧ କରୁଛନ୍ତି । ଯାହା ଗଣତନ୍ତ୍ର ବିରୋଧୀ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଜନତା ନିଜର ସମସ୍ୟାକୁ ଜନନେତାଙ୍କ ପାଖରେ ରଖିଲେ କିନ୍ତୁ ବିଜେଡିର ମୁଷ୍ଟିମେୟ ଗୁଣ୍ଡାମାନେ ତାହା ନଶୁଣି ନୀରିହ ଲୋକଙ୍କୁ ବାଡେଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏଥିରୁ ସ୍ପଷ୍ଟ ବିଜେଡି ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ଲଢ଼ିବା ବଦଳରେ ଗୁଣ୍ଡାରାଜ ଚଳାଇବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି ।

ସେହିପରି ବ୍ରହ୍ମପୁରର ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହି କହିଥିଲେ ଯେ, ବ୍ରହ୍ମପୁରର କିଛି ପୋଲିସ ଶାସକ ବିଜୁ ଜନତା ଦଳ ସହ ମିଶି କାର୍ଯ୍ୟ କରୁଛନ୍ତି । ଯାହାର ଭିଡିଓ ଓ ଫଟୋ ଆଜି ବିଜେପି ସିଇଓଙ୍କୁ ଦେଇଛି । ବିଜେଡି ପ୍ରାର୍ଥୀ ପ୍ରଚାର କରୁଥିବାବେଳେ ହାବିଲଦାର ସଂଘର ମୁଷ୍ଟିମେୟ କର୍ମକର୍ତ୍ତା “ନବୀନ ବାବୁ ଆମେ ତମ ଫ୍ୟାନ” ନିର୍ବାଚନୀ ପ୍ରଚାର ଗୀତରେ ନାଚୁଛନ୍ତି । ଏହା ଜନପ୍ରତିନିଧି ଆଇନ ୧୯୫୧ ଧାରା ୧୨୯ ଓ ଆଦର୍ଶ ଆଚରଣ ବିଧିର ଖୋଲା ଉଲଘଂନ । ଏ ପ୍ରକାର ପୋଲିସ କର୍ମଚାରୀ ନିର୍ବାଚନ ସମୟରେ କିଭଳି ନିରପେକ୍ଷତା ଅବଲମ୍ବନ କରିବେ ବୋଲି ପ୍ରଶ୍ନ କରିବା ସହ ଏମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି ।

Leave A Reply

Your email address will not be published.