Latest Odisha News

BREAKING NEWS

ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଉ ୫ ଦିନ ବଢିବ ସୁଭଦ୍ରା ଆବେଦନ ଅବଧି

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆଜି ଗଣମାଧ୍ୟମ କହିଛନ୍ତି ଯେ, ‘ସୁଭଦ୍ରା’ ନୂଆ ହିତାଧିକାରୀଙ୍କ ପାଇଁ ଖୁସି ଖବର । ଆହୁରି ୫ ଦିନ ବଢିପାରେ ସୁଭଦ୍ରା ପଞ୍ଚିକରଣର ଅବଧି । ଏପ୍ରିଲ ୧ ରୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ନୂଆ ହିତାଧିକାରୀ ମାନେ ନୂଆ କରି ଆବେଦନ କରିପାରିବେ ।

ଆବେଦନକାରୀଙ୍କ ସଂଖ୍ୟା ବହୁତ କମ ଅଛି କିନ୍ତୁ ସମୟ ପର୍ଯ୍ୟାପ୍ତ ଅଛି । ଯେଉଁମାନଙ୍କୁ ନୂଆ କରି ୨୧ ବର୍ଷ ହେଉଛି ସେମାନେ ଆବେଦନ କରିବେ । ଟେକ୍ନିକାଲ ଅସୁବିଧା ଯଦି କେଉଁଠି ହେଉଛି ତାହେଲେ ଆମେ ଆଉ ୫ ଦିନ ସମୟ ଅବଧି ବଢା଼ଇ ଦେବୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏହି ଯୋଜନାରୁ ବଞ୍ଚିତ ନହେବେ, ତାହା ସରକାରଙ୍କ ପ୍ରାଥମିକତା । ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ୨୦୨୬-୨୭ ଆର୍ଥିକ ବର୍ଷରୁ ଯୋଜନାର ଅବଧି ପର୍ଯ୍ୟନ୍ତ ବାର୍ଷିକ ଦୁଇଟି କିସ୍ତିରେ ମୋଟ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.