Latest Odisha News

BREAKING NEWS

ମେଜର ଧ୍ୟାନ ଚାନ୍ଦଙ୍କୁ ମରଣୋତ୍ତର ‘ଭାରତ ରତ୍ନ’ ପ୍ରଦାନ ଲାଗି ଦାବି

ଭୁବନେଶ୍ୱର: ଭୁବନେଶ୍ୱର କ୍ଲବ୍ ପରିସରରେ ପଦ୍ମ ଭୁଷଣ ମେଜର୍ ଧ୍ୟାନ ଚାନ୍ଦଙ୍କ ୪୧ ତମ ଶ୍ରାଦ୍ଧ ବାଷିର୍କୀ ପାଳନ ହୋଇଯାଇଛି ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିମାନେ ସାମିଲ ହୋଇଥିଲା ବେଳେ ଧ୍ୟାନ୍ ଚାନ୍ଦଙ୍କୁ ମରୋଣୋତ୍ତର ଭାରତ ରତ୍ନ ସମ୍ମାନ ଦିଆଯାଉ ବୋଲି ନିଜର ମତ ରଖି ହସ୍ତାକ୍ଷର ଅଭିଯାନରେ ସାମିଲ୍ ହୋଇଥିଲେ ।

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ପଦ୍ମଶ୍ରୀ ଦିଲ୍ଲୀପ ତିର୍କିଙ୍କ ନେତୃତ୍ୱରେ ବାରମ୍ବାର ଭାରତ ସରକାରଙ୍କ ନିକଟରେ ବିଭିନ୍ନ ମାଧ୍ୟମରେ ନିଜର ଦାବି ଜଣାଇଥିବାବେଳେ ଏଯାବତ୍ ସଫଳ ହୋଇନଥିବା ପ୍ରକାଶ କରାଯାଇଛି।

ଧ୍ୟାନ୍ ଚାନ୍ଦ ତାଙ୍କ ସମୟରେ ଭାରତ ପାଇଁ ୧୨୮ଟି ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୫୭୦ ଗୋଲ୍ କରିପାରିଥିଲେ । ସଚ୍ଚିନ୍ ତେନ୍ଦୁଲ୍‌କର୍‌ଙ୍କୁ ଯେତେବେଳେ ଭାରତ ରତ୍ନରେ ସମ୍ମାନିତ କରାଗଲା ସେ ସମୟରେ ଭାରତରୁ ପ୍ରତ୍ୟେକ କ୍ରୀଡାବିତ୍ ଅତି ଆନନ୍ଦିତ ହୋଇଥିଲେ କାହିଁକିନା ପ୍ରଥମଥର ପାଇଁ ସେହି ବର୍ଷ ଭାରତ ରତ୍ନ ସମ୍ମାନରେ କ୍ରୀଡା ବର୍ଗକୁ ସାମିଲ୍ କରାଯାଇଥିଲା।

ଧ୍ୟାନ ଚାନ୍ଦଙ୍କୁ ବିଂଶ ଶତାବ୍ଦିର ଶ୍ରେଷ୍ଠ କ୍ରୀଡାବିତ୍ ବୋଲି କୁହାଯାଉଥିବାବେଳେ ବର୍ତ୍ତମାନ ଯାଏଁ ଭାରତ ରତ୍ନ ସମ୍ମାନ ମିଳିପାରିନାହିଁ ବୋଲି ଆଲୋଚନା ହୋଇଥିଲା ।

ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ନିରପେକ୍ଷ ଦାୟିତ୍ୱରେ ଥିବା ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟ ଶଙ୍କର ମିଶ୍ର ଉପସ୍ଥତି ରହି ଧ୍ୟାନ ଚାନ୍ଦଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ଏଥିସହିତ ମେଜର୍ ଚାନ୍ଦଙ୍କ ସ୍ମୃତିରେ ତିଆରି କରାଯାଇଥିବା
ହକି ଷ୍ଟିକ୍‌ରେ ହସ୍ତାକ୍ଷର ମଧ୍ୟ କରିଥିଲେ ।

Leave A Reply

Your email address will not be published.