Latest Odisha News

BREAKING NEWS

ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ

ଭୁବନେଶ୍ୱର: ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ପାରାମେଡିକସ ଆଣ୍ଡ ଆଲାଏଡ ହେଲଥ ସାଇନ୍ସେସ ତରଫରୁ ୨ ଜୁଲାଇ ୨୦୨୩ରେ  କମ୍ୟୁନିଟି ଡାଇଗ୍ନୋସ୍ଟିକ ସେଣ୍ଟରରେ ଏକ ଡାଇବେଟିସ ଡାଇଗ୍ନୋସ୍ଟିକ କାଉନସେଲିଂ ସେଣ୍ଟରର ଶୁଭ ଉଦଘାଟନ ଓ ଲୋକାର୍ପଣ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ୟେପସୋମେଡ଼ର କଣ୍ଟ୍ରି ମ୍ୟାନେଜେର ପ୍ରଫେସର ସଞ୍ଜୟ ରାଜପାଲ ଯୋଗ ଦେଇଥିଲେ ।

ଡଃ ରାଧାକାନ୍ତ ପାଢୀ, କୁଳପତି ଡଃ ସୁପ୍ରିୟା ପଟ୍ଟନାୟକ, ଉପ କୁଳପତି ଡଃ ବିଶ୍ୱଜିତ ମିଶ୍ର, ଡିନ୍ ପ୍ରଫେସର ସୁନୀଲ କୁମାର ଝା, ସ୍କୁଲର ସମସ୍ତ ପ୍ରାଧ୍ୟାପିକା ଓ ପ୍ରାଧ୍ୟାପକ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ସେଞ୍ଚୁରିଅନ୍ ପ୍ରାଙ୍ଗଣରେ ଏହି ଶୁଭ ଅବସରରେ ଏକ ଚକ୍ଷୁ ଏବଂ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଅଛି । ଏହି ଶିବିରରେ ୧୦୦ରୁ ଊର୍ଦ୍ଧ୍ୱ ନିକଟସ୍ଥ କୁସୁମାଟି ପଞ୍ଚାୟତର ଅଧିବାସୀ ଅଂଶ ଗ୍ରହଣ କରିଥିଲେ । ତନ୍ମଧ୍ୟରୁ ଅନେକଙ୍କୁ ନିଃଶୁଳ୍କ ଚଷମା ବିତରଣ କରାଯାଇଥିଲା ।

ପ୍ରଫେସର ରାଜପାଲ ଡାଇବେଟିସ ଡାଇଗ୍ନୋସ୍ଟିକ କାଉନ୍ସେଲିଂ ଉପରେ ଆଲୋକପାତ କରିଥିଲେ । ପ୍ରଫେସର ସୁନୀଲ କୁ. ଝା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିବା ସହିତ ଜଣାଇଥିଲେ ଯେ ନିକଟ ଭବିଷ୍ୟତରେ ୟେପସୋମେଡ଼ ସହାୟତାରେ ନିକଟସ୍ଥ ପଞ୍ଚାୟତ ଗୁଡିକରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ପ୍ରିଶା ସିଂ ଙ୍କ ରଚିତ ଆଡଭେଞ୍ଚର ଅଫ କ୍ୟାପଟେନ ଗ୍ଲୁକୋଷ ପୁସ୍ତକଟି ଟାଇପ -୧ ଡାଇବେଟିସ ସଚେତନତା ନିମିତ୍ତ ଛାତ୍ର ଛାତ୍ରୀଙ୍କୁ ବଣ୍ଟନ କରାଯାଇଅଛି ।

Leave A Reply

Your email address will not be published.