Latest Odisha News

ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଡାଏଲ ୧୦୦

ଭୁବନେଶ୍ବର : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ବରରେ କମିଶନରେଟ୍ ପୋଲିସର ନୂଆ ପଦକ୍ଷେପ । ଏଣିକି ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ଥାନାକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ଭୁବନେଶ୍ବର ବାସିନ୍ଦାଙ୍କୁ ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ ମିଳିବ ଅନୁମତି । ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମିତ ସଂଖ୍ୟା ବଢ଼ି ଚାଲିଥିବାରୁ ଏଭଳି ପଦକ୍ଷେପ ନେଇଛି କମିସନରେଟ ପୋଲିସ ।

ବିବାହ ଓ ଅନ୍ତ୍ୟେଷ୍ଟି ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ କରିବାକୁ ପଡ଼ିବ । କମିସନରେଟ ପୋଲିସକୁ ଫୋନ କଲ ମିଳିବା ପରେ ହ୍ୱାଟ୍‌ସଆପ ମାଧ୍ୟମରେ ଏକ ଫର୍ମାଟ ଆବେଦନକାରୀଙ୍କ ପାଖକୁ ପଠାଯିବ । ଏହି ଫର୍ମାଟ ପୂରଣ କରି ପୋଲିସ ପାଖକୁ ପଠାଇବାକୁ ପଡ଼ିବ । ଏହି ଫର୍ମାଟ ପୂରଣ କରିବା ପରେ କମିଶନରେଟ ପୋଲିସରୁ ମିଳିବ ଅନୁମତି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

Leave A Reply

Your email address will not be published.