Latest Odisha News

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଅସୁସ୍ଥ

ଭୁବନେଶ୍ବର : ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଆଜି ତାଙ୍କୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ଏମସର ସ୍ବତନ୍ତ୍ର ଡ଼ାକ୍ତରୀ ଦଳ ପ୍ରଦୀପ୍ତ ନାୟକଙ୍କ ଚିକିତ୍ସା କରୁଛନ୍ତି । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଏମସ ପକ୍ଷରୁ କୁହାଯାଇଛି ।

ଏପ୍ରିଲ ମାସ ୨୦ ତାରିଖରେ ଏମସରେ ଭର୍ତ୍ତି ହୋଇଥିଲେ ପ୍ରଦୀପ୍ତ ନାୟକ । କିନ୍ତୁ ପରେ ଏପ୍ରିଲ ତାରିଖରେ ତାଙ୍କୁ କୋଭିଡ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରେ ଲାଗିଥିଲା । ତେଣୁ ତାଙ୍କୁ ଅପରାହ୍ନରେ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଏମ୍ସ ପକ୍ଷରୁ କୁହାଯାଇଛି । ତେବେ କୋଭିଡ ଯୋଗୁଁ ତାଙ୍କ ଫୁସଫୁସ ପ୍ରଭାବିତ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.